ଟ୍ରେଣ୍ଟବ୍ରିଜ୍,୩୧/୫: ଆଜି ନଟିଂଘମ୍ର ଟ୍ରେଣ୍ଟବ୍ରିଜ୍ରେ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପର ଦ୍ୱିତୀୟ ମ୍ୟାଚ ମ୍ୟାଚରେ ପାକିସ୍ତାନ ଦଳ ୱେଷ୍ଟଇଣ୍ଡିଜର ଘାତକ ବୋଲିଂ ସାମ୍ନାରେ ଧରାଶାୟୀ ହୋଇଯାଇଚି । ଏହା ସହିତ ବିଶ୍ୱକପରେ ପାକିସ୍ତାନ ଦ୍ୱିତୀୟ ସର୍ବାନିମ୍ନ ସ୍କୋର କରିଛି । ନିର୍ଦ୍ଧାରିତ ୫୦ ଓଭର ମଧ୍ୟ ଖେଳିବାକୁ ସମର୍ଥ ହୋଇନାହିଁ ପାକିସ୍ତାନ । ମାତ୍ର ୨୧.୪ ଓଭର ଖେଳି ଅଲଆଉଟ୍ ହୋଇଛି ପାକିସ୍ତାନ ।
ପାକିସ୍ତାନ ୨୧.୪ ଓଭରରେ ଅଲଆଉଟ୍ ହେବା ସହିତ ମାତ୍ର ୧୦୫ ରନ ସ୍କୋର କରିଛି । ଫକର ଜମାନ ଓ ବାବର ଆଜାମ ପାକିସ୍ତାନ ପାଇଁ ସର୍ବାଧିକ ୨୨ ରନ ଲେଖାଏଁ କରିଥିବା ବେଳେ ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁବା ପୂର୍ବରୁ ପାଭିଲିୟନ ଯାଇଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଥୋମାସ ୫.୪ ଓଭର ବୋଲିଂ କରି ୨୭ ରନ ଦେବା ସହିତ ସର୍ବାଧିକ ୪ଟି ୱିକେଟ ନେଇଥିଲେ ।