ଦାନ୍ତ ଚମକାଇବାର ଘରୋଇ ଉପାୟ

ମୁହଁର ସୌନ୍ଦର୍ଯ୍ୟ ପାଇଁ ଆଖି, ନାକ ସହିତ ଦାନ୍ତର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ମୁହଁର ସୁନ୍ଦରତା ସେତେବେଳେ ଜଣାପଡେ ଯେତେବେଳେ ଦାନ୍ତର ସୁନ୍ଦର ହେବା ସହିତ ଉଜ୍ଜ୍ୱଳ ଦେଖାଯାଏ । କି;ୁ ବେଳେବେଳେ ହଳଦିଆ ଦାନ୍ତ ପାଇଁ ଲୋକମାନେ କାହା ସାମ୍ନାରେ ଭଲରେ କଥା ହୋଇ ପାରନ୍ତିନାହିଁ । କଥା ହେବା ସମୟରେ ଅନେକ ବେଳେ ମୁହଁରେ ହାତ ରଖି କଥା ହୋଇଥାନ୍ତି । ତେବେ ଦାନ୍ତ ହଳଦିଆ ପଡିବା କିମ୍ବା ଦାଗ ଦେଖାଦେବାର ମୁଖ୍ୟ କାରଣ ହେଉଛି- ଚା, କଫି ତମାଖୁ ଓ ସିଗାରେଟ୍‌ ଆଦିର ବହୁତ ସେବନ । ଏଣୁ ବେକିଙ୍ଗ ସୋଡ଼ା- ବେକିଂ ସୋଡା ଦାନ୍ତରୁ ମଇଳା ବାହାର କରିବାରେ ସାହାଯ୍ୟ କରେ ଓ ତା ଦାନ୍ତକୁ ସଫା ମଧ୍ୟ ରଖେ । ଦାନ୍ତରୁ ହଳଦିଆପଣ ଦୂର କରିବା ପାଇଁ ଟୁଥପେଷ୍ଟରେ ବେକିଂ ସୋଡା ମିଶଇ ଦାନ୍ତ ଘସ;ୁ । ଆପଣ ବେକିଂ ସୋଡ଼ାକୁ ଲେମ୍ବୁ ସହ ମଧ୍ୟ ବ୍ୟବହାର କରିପାରିବେ ।
ତୁଳସୀ-ତୁଳସୀ ପତ୍ରରେ ଆଣ୍ଟିବାୟୋଟିକ୍‌ ଭରି ହୋଇ ରହିଥାଏ । ଯାହା ଦାନ୍ତରେ ହେଉଥିବା ରୋଗ ସହ ଲଢିବା ପାଇଁ ସାହାଯ୍ୟ କରେ । ତୁଳସୀକୁ ବ୍ୟବହାର କରିବା ପାଇଁ ତୁଳସୀର ପତ୍ରକୁ ଶୁଖାଇ ଗୁଣ୍ଡ କରିନିଅ;ୁ । ତୁଳସୀ ପତ୍ରର ଗୁଣ୍ଡକୁ ସୋରିଷ ତେଲ ସହ ମିଶାଇ ଏହି ପେଷ୍ଟକୁ ନିୟମିତ ପ୍ରୟୋଗ କରିପାରିବେ ।
ଲେମ୍ବୁ-ଲେମ୍ବୁ ରସକୁ ଲୁଣ ସହ ମିଶାଇ ଦାନ୍ତରେ ଲଗାନ୍ତୁ ଓ କିଛି ସମୟ ପରେ କୁଳି କର;ୁ । ଦୁଇ ସପ୍ତାହ ପର୍ଯ୍ୟନ୍ତ ଏପରି କଲେ ଦାନ୍ତ ସଫା ହୋଇଯାଏ ।
ଷ୍ଟ୍ରବେରୀ-ଷ୍ଟ୍ରବେରୀରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥିବାରୁ ଏହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରେ, ଦାନ୍ତର ହଳଦିଆପଣ ଦୂର ପାଇଁ ଷ୍ଟ୍ରବେରୀରେ ପେଷ୍ଟ ତିଆରି କରି ମଧ୍ୟ ବ୍ୟବହାର କରିହେବ ।
ଲୁଣ-ଆପଣ ଟୁଥପେଷ୍ଟ ବଦଳରେ ଲୁଣ ବ୍ୟବହାର କରନ୍ତୁ । ଆପଣ ଲୁଣ ଓ ଅଙ୍ଗାର ମିଶାଇ ଘସ;ୁ । ଏପରି କଲେ ଦାନ୍ତର ହଳଦିଆପଣ ବହୁତ ଜଲ˜ି ଦୂର ହୋଇଯିବ । ଏହାସହ ଦାନ୍ତ ମଧ୍ୟ ଶକ୍ତ ହୋଇଥାଏ ।