ନାସା ଯିବେ ଓଡ଼ିଆ ଛାତ୍ରଛାତ୍ରୀ, ହ୍ୟୁମାନ ଏକ୍ସପ୍ଲୋରେସନ୍ ଚ୍ୟାଲେଞ୍ଜରେ କରିବେ ଅଂଶଗ୍ରହଣ

ଭୁବନେଶ୍ୱର, ୧୨/୧୧ : ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଆସନ୍ତାବର୍ଷ ଏପ୍ରିଲରେ ଆୟୋଜିତ ହେବାକୁ ଥିବା ନାସା ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର ଚାଲେଞ୍ଜ-୨୦୨୧ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ୧୦ ଜଣ ଛାତ୍ରଛାତ୍ରୀ । ପ୍ରଥମ ଥର ପାଇଁ ଦେଶରେ ସ୍କୁଲପିଲାଙ୍କୁ ନେଇ ଏହି ଟିମ ଚୟନ କରାଯାଇଛି । ରାଜ୍ୟର ବଛାବଛା ୧୦ ଜଣ ସ୍କୁଲ ପିଲାଙ୍କୁ ନେଇ ଏହି ଟିମ ଗଠନ କରାଯାଇଛି ।

ସୂଚନାଯୋଗ୍ୟ ୨୦୨୧ ଏପ୍ରିଲ ମାସରେ ନାସା ରୋଭର ଚାଲେଞ୍ଜ ପ୍ରତିଯୋଗିତା ହେବ । ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଅନେକ ଟିମ ଏଥିରେ ଭାଗ ନେବେ । ଓଡ଼ିଶାରୁ ନବୋନ୍ମେଷ ପ୍ରସାର ଫାଉଣ୍ଡେସନ ପକ୍ଷରୁ ଏହି ଗଠନ କରାଯାଇଛି । ଟିମରେ ସ୍କୁଲ ପିଲାଙ୍କ ବ୍ୟତୀତ ଆଇଟିଆଇର ଛାତ୍ରଛାତ୍ରୀମାନେ ମଧ୍ୟ ଅଛନ୍ତି । ଚାଲେଞ୍ଜରେ ଟିମ ଏକ ହ୍ୟୁମାନ ରୋଭର ପ୍ରସ୍ତୁତ କରିବେ । ମଙ୍ଗଳ ପୃଷ୍ଠରେ ଚାଲିପାରିବା ଭଳି ରୋଭର ପ୍ରସ୍ତୁତ କରିବେ ।