୪ ଦିନ ହେଲା ମିଳୁନି ଦୁଇଟି ମାଛ ଧରା ଟ୍ରଲରଙ୍କ ପତ୍ତା

0

ଜଗତସିଂହପୁର : ପାରାଦୀପ ନିକଟ ସମୁଦ୍ରରେ ଗତ ୪ ଦିନ ହେଲା ମିଳୁନି ଦୁଇଟି ମାଛ ଧରା ଟ୍ରଲରଙ୍କ ପତ୍ତା । ଏଥିରେ ୧୩ ଜଣ ମତ୍ସ୍ୟଜୀବୀ ଥିବାର ଜଣାଯାଇଛି । ପତ୍ତା ନ ମିଳବାରୁ ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଭାରତୀୟ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ପୁଲିସକୁ ଚିଠି ଲେଖିଛି ।

ମିଳିଥିବା ସୂଚନା ଅନୁଯାୟୀ, ପାରାଦୀପଠାରୁ ୮୮ ନଟିକାଲ୍ ମାଇଲ୍ ଦୂରକୁ ମାଛ ଧରିବା ପାଇଁ ଯାଇଥିବା ଦୁଇଟି ଟ୍ରଲର୍ (ଆଇଏନ୍ଡି ଓଆର୍–୦୪ ଏମ୍ଏମ୍ ୨୬ ଓ ଆଇ୍ଏନ୍ଡି ଓଆର୍–୦୪ ଏମ୍ଏମ୍ ୩୧୪)ର ପତ୍ତା ମିଳୁନି। ଜଣେ ମାଲିକ କେ. କୋଣ୍ଡାଲାଙ୍କ ଅଭିଯୋଗ ମୁତାବକ ତାଙ୍କ ଟ୍ରଲର୍ରେ ଚାଳକଙ୍କୁ ମିଶାଇ ୭ ଜଣ ମତ୍ସ୍ୟଜୀବୀ ଥିଲେ। ଅନ୍ୟଜଣେ ଟ୍ରଲର୍ ମାଲିକ ସସ୍ମିତା ବରାଳଙ୍କ ଅଭିଯୋଗ ମୁତାବକ, ତାଙ୍କର ଟ୍ରଲର୍ରେ ୬ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଯାଇଥିଲେ।

ଏହି ଦୁଇଟି ଟ୍ରଲର ନିର୍ଦ୍ଧାରିତ ସମୟରେ ମାଛ ଧରା ବନ୍ଦରରେ ପହଞ୍ଚି ନଥିଲେ। ଉଭୟ ମାଲିକ ଟ୍ରଲର୍ର ଚାଳକମାନଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ଯୋଗାଯୋଗ ସମ୍ଭବ ହୋଇ ନଥିଲା। ମାଛ ଧରିବା ପାଇଁ ଯାଇଥିବା ଅନ୍ୟ ଟ୍ରଲର୍ ମାଲିକମାନଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ବି କୌଣସି ପତ୍ତା ମିଳି ନଥିଲା। ଫଳରେ ଅନ୍ୟ ଉପାୟ ନପାଇ ସେମାନେ ମତ୍ସ୍ୟ ବିଭାଗକୁ ଅବଗତ କରାଇଥିଲେ ।

SBI AD
Leave A Reply

Your email address will not be published.