ଭୁବନେଶ୍ୱର, ୨୦/୦୫ : ଓଡିଶାରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଦାଦା ଏବଂ ଝିଆରୀକୁ ଗିରଫ କଲା ଅବକାରୀ ବିଭାଗ । ବାଲେଶ୍ବର ଜିଲ୍ଲା ଭୋଗରାଇ ଏବଂ ଜଳେଶ୍ବର ଅବକାରୀ ବିଭାଗ ମିଳିତ ଭାବରେ ଚଢଉ କରିଛି । ସୂଚନା ଅନୁସାରେ ଭଦ୍ରକରୁ ବସରେ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ହେଉଥୁଲା । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଜଳେଶ୍ବର ଓଭରବ୍ରିଜ ନିକଟରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୨୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ଗିରଫ ହୋଇଥିବା ଉଭୟଙ୍କ ଘର ଭଦ୍ରକ ଜିଲ୍ଲା ନରେନ୍ଦ୍ରପୁର ଅଞ୍ଚଳର ବୋଲି ଜଣା ପଡିଛି । ଏନେଇ ଉଭୟ ଦାଦା ଝିଆରୀକୁ ଗିରଫକରି ଅବକାରୀ ବିଭାଗ ଅଧିକ ତଦନ୍ତ କରୁଛି ।