ବନ୍ଧୁକ ଦେଖାଇ ବ୍ୟାଙ୍କୁରୁ ୬ ଲକ୍ଷ ଲୁଟ୍ : ଖୋର୍ଦ୍ଧା

ବନ୍ଧୁକ ଦେଖାଇ ବ୍ୟାଙ୍କୁରୁ ୬ ଲକ୍ଷ ଲୁଟ୍ : ଖୋର୍ଦ୍ଧା

0
ଖୋର୍ଦ୍ଧା : ରାଜ୍ୟରେ ଦୁର୍ବୃତ୍ତଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି।  ଆଜି ୪ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୫ ଲକ୍ଷ ୯୬ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକଆଜି ଅପରାହ୍ଣ ୪ଟା ସମୟରେ ୪ଜଣ ଦୁର୍ବୃତ୍ତ ସାଆନ୍ତରାପୁରସ୍ଥିତ ସିଦ୍ଧେଶ୍ୱରୀ ଲେନ୍‌ ବନ୍ଧନ ଶାଖା କାର୍ୟ୍ୟାଳୟରେ ଅଚାନକ୍ ପହଞ୍ଚିଥିଲେ। ଦେଖିବାକ୍ଷଣି ସେମାନେ ବ୍ୟାଙ୍କ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ୫ ଲକ୍ଷ ୯୬ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। କ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି।       
Leave A Reply

Your email address will not be published.