ଲିଜରେ ଦିଆଯିବ ଭୁବନେଶ୍ବର ବିଜୁ ପଟ୍ଟନାୟକ ଏୟାରପୋର୍ଟ

0

ଭୁବନେଶ୍ବର : ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଆସନ୍ତା ୨୦୨୫ ସୁଦ୍ଧା ଲିଜରେ ଦିଆଯିବ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପରିଚାଳିତ ଭୁବନେଶ୍ବର ଏୟାରପୋର୍ଟ ସମେତ ମୋଟ ୨୫ଟି ଏୟାରପୋର୍ଟକୁ ଲିଜରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦୨୫ ସୁଦ୍ଧା ଏଗୁଡ଼ିକୁ ପରିଚାଳନା ପାଇଁ ପର୍ଯ୍ୟାୟକ୍ରମେ ଲିଜରେ ଘରୋଇ କମ୍ପାନିମାନଙ୍କୁ ଦିଆଯିବ । କେନ୍ଦ୍ର ସରକାରଙ୍କ ଜାତୀୟ ମନେଟାଇଜେସନ ପାଇପଲାଇନ (ଏନଏମପି) ଅନୁସାରେ ଏସବୁ ଏୟାରପୋର୍ଟ ଗୁଡ଼ିକୁ ଲିଜ ସୁତ୍ରେ ଦିଆଯିବ ବୋଲି କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀ ଡେନେରାଲ ଭି.କେ.ସିଂ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ୮ଟି ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଘରୋଇ କମ୍ପାନିମାନଙ୍କୁ ଲିଜ୍ ଦିଆଯାଇସାରିଛି । ସେଗୁଡ଼ିକ ହେଉଛନ୍ତି..ଦିଲ୍ଲୀର ଇନ୍ଦିରାଗାନ୍ଧୀ ଏୟାରପୋର୍ଟ, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟ, ଲକ୍ଷ୍ନୌର ଚୌଧିୁରୀ ଚରଣ ସିଂ ଏୟାରପୋର୍ଟ, ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ଏୟାରପୋର୍ଟ, ମାଙ୍ଗାଲୁରୁ ଏୟାରପୋର୍ଟ, ଜୟପୁର ଏୟାରପୋର୍ଟ, ଲୋକପ୍ରିୟ ଗୁଆହାଟୀର ଗୋପୀନାଥ ବର୍ଦ୍ଦୋଲୋଇ ଏୟାରପୋର୍ଟ ଓ ତିରୁଅନନ୍ତପୁରମ ଏୟାରପୋର୍ଟ ।

SBI AD
Leave A Reply

Your email address will not be published.