ଭଦ୍ରକ, ୧୬/୯: ଭଦ୍ରକ ସହରରେ ହେଉଥିବା ନକଲି ଜର୍ଦା କାରବାରର ପର୍ଦ୍ଦାଫାସ ହୋଇଛି । ଆରଡି ନିକଟ ପ୍ରାଚୀ ନଗରରେ ନକଲି ଜର୍ଦା କାରବାର ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଏଥିରେ ବହୁ ପରିମାଣର ଜର୍ଦା ଓ ତିଆରି ପାଇଁ ବ୍ୟବହୃତ ମେଶିନ୍କୁ ପୋଲିସ ଜବତ କରିଛି । ତେବେ
କାରଖାନାର ମାଲିକ ଓ କର୍ମଚାରୀମାନେ ଫେରାର ହୋଇଯାଇଛନ୍ତି । କାରଖାନା ମାଲିକଙ୍କୁ ଧରିବାକୁ ପୋଲିସ ତଦନ୍ତ ଚଳାଇଥିବା ବେଳେ କାରଖାନାକୁ ସିଲ୍ କରିଦିଆଯାଇଛି । ଅଗଷ୍ଟ ମାସରେ ପୋଲିସ ୫ ଟି ନକଲି ଜର୍ଦ୍ଦା ଠାବ କରିଥିଲା । ତେବେ ଆଜିର ଏହି ପର୍ଦ୍ଦାଫାସ ପରେ ଭଦ୍ରକରେ ନକଲି ଜର୍ଦା କାରବାରର ଏକ ବଡ଼ ରେକେଟ୍ କାମ କରୁଛି ବୋଲି ଅନୁମାନ କରାଯାଉଛି ।