ପାଟନା, ୧୬/୯: ନିର୍ବର୍ାଚନ ରଣନୀତିର ଧୁରନ୍ଧର ପୁରୋଧା ପ୍ରଶାନ୍ତ କିଶୋର ଖୋଦ୍ ରାଜୀନତିରେ ଯୋଗ ଦେଇଛନ୍ତି । ବିଜେପିର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପ୍ରଶାନ୍ତ ଜେଡିୟୁରେ ସାମିଲ ହୋଇଛନ୍ତି ।
ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । କୁହାଯାଏ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ବିଜୟରେ ତାଙ୍କର ଛାମୁଆ ଯୋଗଦାନ ଥିଲା । ପରବର୍ଷ ବିହାର ବିଧାନସଭା ନିର୍ବାଚନରେ ସେ ନୀତୀଶଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନରେ ସେ ବିଜେପିକୁ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ । ସେଥର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳ ପୁଣି ବିଜୟୀ ହୋଇଥିଲା ଓ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
Prev Post