୧୦ କିଲୋମିଟର ଦୌଡିଲେ ପାଞ୍ଚ ମାସର ଗର୍ଭବତୀ ମା’

ବେଙ୍ଗାଲୁରୁ, ୨୩/୧୨ : ମହିଳାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ଅଙ୍କିତା ଗୌର । ୫ ମାସର ଗର୍ଭବତୀ ଥିବା ଅଙ୍କିତା ରବିବାର ଦିନ ଟିସିଏସ୍ ୱାର୍ଲ୍ଡ ୧୦କେ ଦୌଡରେ ଏହି ସଫଳତା ହାସଲ କରିଛନ୍ତି। ସେ ମାତ୍ର ୬୨ ମିନିଟରେ ୧୦ କିଲୋମିଟର ଦୌଡ଼ି ସଫଳତା ହାସଲ କରିଛନ୍ତି।

ଅଙ୍କିତା କହିଛନ୍ତି ଯେ ସେ ଗତ ୯ ବର୍ଷ ହେଲା ଦୌଡୁଛନ୍ତି। ସେଥିପାଇଁ ଦୌଡିବା ମୋ ପାଇଁ ନିଶ୍ୱାସ ନେବା ସହ ସମାନ। ଏହା ମୋ ଭିତରେ ପ୍ରାକୃତିକ ଭାବେ ଅଛି। ପେସାରେ ଅଙ୍କିତା ଜଣେ ଇଞ୍ଜିନିୟର। ସେ ୨୦୧୩ରୁ ଟିସିଏସ ୱାର୍ଲଡ ୧୦କେ ବେଙ୍ଗାଲୁରୁର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ସେ ୫-୬ଟି ଅନ୍ତରାଷ୍ଟ୍ରୀୟ ମାରାଥନରେ ବି ଅଂଶଗ୍ରହଣ କରିଛନ୍ତି। ବର୍ଲିନରେ ୩ଥର, ବଷ୍ଟନ ଓ ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା ମାରାଥନରେ ସାମିଲ ହୋଇଥିଲେ। ସେ ନିୟମିତ ୫ରୁ ୮ କିଲୋମିଟର ଦୌଡନ୍ତି।

Comments are closed.