ଭୁବନେଶ୍ୱର, ୦୫/୦୫ : ଏଲଆଇସି ଅଧିକାରୀଙ୍କୁ ସାଇବର ଠକମାନେ ଠକେଇ କରିବା ଅଭିଯୋଗରେ କକଟ ସାଇବର ଥାନା ପୋଲିସ ୬ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଠକଙ୍କଠାରୁ ନଗଦ ୪ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିବାବେଳେ ୭ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି । ସମସ୍ତ ଠକଙ୍କ ଘର ବଲାଙ୍ଗୀରର ପାଟଣାଗଡ ଅଞ୍ଚଳରେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ଡିସିପି। ଠକଙ୍କ ଠାରୁ ମୋବାଇଲ ଓ ବିଭିନ୍ନ ବ୍ୟାଙ୍କର ୧୬ଟି ପାସ୍ ବୁକ ଓ ଚେକ୍ ବୁକ୍ ସହ ୧୬ଟି ଏଟିଏମ ଜବତ କରାଯାଇଛି । ଜଣେ ଏଲଆଇସି ଅଧିକାରୀଙ୍କଠାରୁ ଅନଲାଇନ୍ ଟ୍ରେଡିଂରେ ଏହି ସାଇବର ଠକ ଏକ ଆପ୍ ଜରିଆରେ ବିଭିନ୍ନ ସମୟରେ ୮୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏ ନେଇ ଗତ ଏପ୍ରିଲ ୨୪ତାରିଖରେ ସାଇବର ଥାନାରେ ଏତଲା ଦେଇଥିଲେ। ସାଇବର ଠକମାନେ ୮ ଫେବୃଆରୀରୁ ୧୨ ଏପ୍ରିଲ ମଧ୍ୟ ରେ ଠକେଇ କରୁଥିବା ନେଇ ଅଭିଯୋଗ କରିଥିଲେ । କଟକ ସାଇବର ଥାନା ପୋଲିସ ମାମଲା ରୁଜୁ କରି ବିଭିନ୍ନ ପ୍ରକାର ତଦନ୍ତ କରି ବଲାଙ୍ଗିରରୁ ଏହି ଠକଙ୍କୁ ଗିରଫ କରିଛି । ତେବେ ଲୋଭର ଶିକାର ହୋଇ ମୋବାଇଲକୁ ବିଭିନ୍ନ ସମୟରେ ଆସୁଥିବା ମେସେଜ ବା ଆପରେ ଆସୁଥିବା ବିଭିନ୍ନ ମେସେଜକୁ କ୍ଲିକ୍ ନ କରନ୍ତୁ । କାରଣ ଏଭଳି ସାଇବର ଠକମାନେ ଲୁଟ୍ କରୁଛନ୍ତି ତେଣୁ ସମସ୍ତେ ସତର୍କ ରହିବାକୁ ଅପିଲ କରିଛନ୍ତି କଟକ ଡିସିପି ।