ଭୁବନେଶ୍ବର,୯/୧: ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୬୯ତମ ଜନ୍ମ ଦିବସ ପାଳନ ଅବସରରେ ଭୁବନେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ୟୁଥ୍ ଭଏସର’ ସଭାପତି ତଥା ଆଇନଜୀବୀ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ବରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମଞ୍ଚେଶ୍ବରସ୍ଥିତ ଲା ଫିଏଷ୍ଟାରେ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ – ଆମ ଓଡ଼ିଶାର ସହଯୋଗରେ ଶିବିରଟି ଆୟୋଜିତ ହୋଇଥିଲା। ଅତିଥି ଭାବରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ବିଧାୟକ ସୁଶାନ୍ତ ରାଉତ, ମୟୂରଭଂଜ ରାଜା ପ୍ରଦୀପ ଭଞ୍ଜଦେଓ ଓ ରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ୟୁଥ୍ ଭଏସର ଅଧ୍ୟକ୍ଷ ଶୁଭ୍ରାଂଶୁ ପାଢ଼ୀ, ଉପଦେଷ୍ଟା ପ୍ରକାଶ ରାଉତରାୟ, ଷ୍ଟେଟ୍ ୟୁଥ୍ ୱାର୍କିଙ୍ଗ୍ ପ୍ରେସିଡେଣ୍ଟ ଦୁର୍ତି ମାର୍ଥା, ଯୁବ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ କୁନ ବିହାରୀ ଦାସ, କର୍ପୋରେଟର ଏସକେ ନୁର୍ ହାସାନ୍, କର୍ପୋରେଟର ସ୍ମୃତିଶିଖା ବରିସୋଲ, କର୍ପୋରେଟର ପ୍ରଭାସିନୀ ମହାନ୍ତି ଓ ବିଜୁ ଯୁବ ଜନତା ଦଳର ଉପସଭାପତି ସୁବାସ ନାୟକ ମଧ୍ୟ ଉପସ୍ଥିତ ଥିଲେ।
ୟୁଥ୍ ଭଏସର ସଂପାଦକ ରାଜେଶ ମହାରଣା, ସଦସ୍ୟମାନଙ୍କ ମଧ୍ୟରୁ ପ୍ରଦୀପ ବରିସୋଳ, ପ୍ରତାପ ରାଉତରାୟ, ସଞ୍ଜୟ ବଳିଆର ସିଂ, ରବିନାରାୟଣ ଖୁଣ୍ଟିଆ, ଦୁଃଶାସନ ଚୌଧୁରୀ, ତୃପ୍ତି ବେଉରା, ସନ୍ଦୀପ ଦାସ, ସୁରେଶ ସୁବୁଦ୍ଧି, ଜଗନ୍ନାଥ ଜେନା, ଉଷାରାଣୀ ଜେନା, ପୁରଞ୍ଜନ ପାଢ଼ୀ, ଭାରତ ଚମ୍ପତିରାୟ, ଯତୀନ ସାମନ୍ତରାୟ, ଦିଲ୍ଲୀପ କୁମାର ନାୟକ, ନିହାର ରଞ୍ଜନ ପତି, ଅନିଲ ସ୍ବାଇଁ, ସଞ୍ଜୟ ପାତ୍ର, ଶରତ ଚନ୍ଦ୍ର ପ୍ରଧାନ, ସୁନୀଲ ଗନ୍ତାୟତ, ସିଦ୍ଧାର୍ଥ ସାମଲ, ଲେକେଶ କୁମାର ଓ ଅମୂଲ୍ୟ ବେହେରା ଶିବିର ପରିଚାଳନା କରିଥିଲେ। ଅନୁଷ୍ଠାନ ସଦସ୍ୟ ତଥା ଅନ୍ୟ ସ୍ବେଚ୍ଛାରକ୍ତଦାତାଙ୍କ ସମେତ ମୋଟ ୧୦୭ ଜଣ ଶିବିରରେ ରକ୍ତଦାନ କରିଥିଲେ। କେନ୍ଦ୍ରୀୟ ରେଡ଼କ୍ରସ୍ ରକ୍ତକେନ୍ଦ୍ର, କଟକର ସହକର୍ମୀମାନୋ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାତାମାନଙ୍କ ପ୍ରଶଂସା ପତ୍ର ଓ ରକ୍ତଦାତା ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।
