୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର

0

ଭୁବନେଶ୍ୱର ୧୩/୦୪: ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ନବବଧୂ ବେଶରେ ସଜେଇ ହୋଇଛି ମନ୍ଦିର ମାଳିନୀ ଏକାମ୍ର ନଗରୀ । ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳୁଛି ଭୁବନେଶ୍ୱର । ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବର ଆୟୋଜନ ହୋଇଛି । ଏହି ଅବସରରେ ଓଡ଼ିଶା ବିଧାନସୌଧ ସମ୍ମୁଖ ତଥା ରାଜଧାନୀ ଶିଳାନ୍ୟାସ ଫଳକ ସାମ୍ନାରେ ଏବଂ ଉତ୍କଳ ମଣ୍ଡପ, ଭୁବନେଶ୍ୱରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

୧୩ ସକାଳ ସାଢ଼େ ୭ଟାରେ ରାଜଧାନୀର ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଚିତ୍ତାକର୍ଷକ ଓ ବେସାମରିକ ପରେଡ୍‌ରେ ଅଭିବାଦନ ଗ୍ରହଣ । ସନ୍ଧ୍ୟା ସାଢ଼େ ୬ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯିବ । ସେହିପରି ୧୪ ସକାଳ ୬ଟାରେ ମାରାଥନ୍‌, ସନ୍ଧ୍ୟା ୬ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୫ ସକାଳ ୬ଟାରେ ସାଇକ୍ଲୋଥନ୍‌, ସନ୍ଧ୍ୟା ୬ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମେୟର, ନେତା, ପ୍ରଶାସନିକ ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବେ ।

ଏହା ଛଡ଼ା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ପ୍ରତିଷ୍ଠା, କ୍ରମବିକାଶ ଓ ସମୃଦ୍ଧିକୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏହା ଗୁରୁବାର ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଅନୁଷ୍ଠିତ ହେବ । ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ, ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଏହାକୁ ଉଦ୍‌ଘାଟନ କରିବେ

SBI AD
Leave A Reply

Your email address will not be published.