ରାଜ୍ୟରେ ୧୨୯ ଶୀତଳ ଭଣ୍ଡାରରୁ ୮୦ଟି ଅକାମି : କୃଷି ମନ୍ତ୍ରୀ

ଭୁବନେଶ୍ୱର,୨୪/୨ : ବିଧାନସଭାରେ ଉଠିଲା ଶୀତଳ ଭଣ୍ଡାର ପ୍ରସଙ୍ଗ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୦ ଟି ଶୀତଳ ଭଣ୍ଡାର ଅକାମି ହୋଇପଡିଛି ବୋଲି ବିଧାୟକ ମକରନ୍ଦ ମୁଦୁଲିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ।

ଆଜି ବିଧାନସଭାରେ ବିଧାୟକ ମକରନ୍ଦ ମୁଦୁଲି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁଙ୍କୁ ରାଜ୍ୟରେ କେତୋଟି ଶୀତଳଭଣ୍ଡାର ରହିଛି, ସେଥିରୁ କେତୋଟି କାର୍ଯ୍ୟକ୍ଷମ କରୁଛି ଏବଂ କେତୋଟି ଶୀତଳଭଣ୍ଡାର ଅକାମି ହୋଇ ରହିଛି ବୋଲି ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ରାଜ୍ୟରେ ମୋଟ ୧୨୯ ଟି ଶୀତଳଭଣ୍ଡାର ଅଛି । ସେଥିରୁ ବର୍ତ୍ତମାନ ୪୯ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଅଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୦ଟି ଶୀତଳ ଭଣ୍ଡାର ଅକାମି ହୋଇପଡିଛି ।

Comments are closed.