ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୩ ଲକ୍ଷ ୨୩ ହଜାର, ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୫୮ ହଜାର

ନୂଆଦିଲ୍ଲୀ, ୨୬/୧୦ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୪ କୋଟି ୩୩ ଲକ୍ଷ ୨୩ ହଜାର ୩୯୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୧ ଲକ୍ଷ ୫୮ ହଜାର ୮୦୭ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୧୮ ଲକ୍ଷ ୯୭ ହଜାର ୮୬ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୨୬ ଲକ୍ଷ ୭ ହଜାର ୪୯୭ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୭୭ ହଜାର ୭୪୮ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ ୮୯ ହଜାର ୧୭୯ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୩୦ ହଜାର ୫୧୦ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୫୭ ଲକ୍ଷ ୭୨ ହଜାର ୫୦୪ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୮ ଲକ୍ଷ ୮୬ ହଜାର ୧୬୫। ଏଥିରୁ ୧୬ ହଜାର ୩୭୭ ଜଣ ଗୁରୁତର ଅଛନ୍ତି ।