ପୁରୀ, ୧୭/୧୧ : ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ତେବେ ଅନ୍ୟ ପରିଚାଳନା କମିଟି ବୈଠକଠାରୁ ଏହି ବୈଠକର ଗୁରୁତ୍ବ ଅଧିକ ରହିବ। ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଅନୁମୋଦନ ହେବ । ପୂର୍ବରୁ ବିଭିନ୍ନ କମିଟି ଦ୍ୱାରା ଆଲୋଚନା କରାଯାଇ ବଜେଟ ସଂପର୍କିତ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏଥି ସହିତ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଓ ରୂପା ଦ୍ୱାର ଡିଜାଇନକୁ ନେଇ ଆଲୋଚନା ମଧ୍ୟ ହୋଇପାରେ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ବିଳମ୍ବରେ ଶ୍ରୀମନ୍ଦିର ଆର୍ଥିକ ବଜେଟ ଉପସ୍ଥାପନ ହେଉଛି । କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ବହୁ କାର୍ଯ୍ୟରେ ବାଧା ପହଂଚିଥିବାରୁ ଅନେକଗୁଡ଼ିକ କାମ ବିଳମ୍ବ ହେଉଛି । ମାର୍ଚ୍ଚ ୨ୟ ସପ୍ତାହରୁ ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ନେଇ ବାରଣ କରାଯାଇଛି ।