ଭୂମିକମ୍ପରେ ଥରିଲା ଫିଲିପାଇନ୍ସ, ରିକ୍ଟର ସ୍କେଲରେ ତୀବ୍ରତା ୬.୩

ମନିଲା, ୧୬/୧୨ : ଫିଲିପାଇନ୍ସର ମିନଦାନାଓ ଠାରେ ଆଜି ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ କୁହାଯାଇଛି ଯେ, ଆଜି ଭୋର ସକାଳ ୪ଟା ୫୨ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂଭାଗର ୧୦ କିଲୋମିଟରରେ ଭୂକମ୍ପ ହୋଇଥିଲା । ରିପୋର୍ଟ ଲେଖାଯିବା ବେଳକୁ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି ।