ମାଲକାନଗିରିରୁ ସେକ୍ସ୍ ରାକେଟ ଠାବ; ୨ ଦେହଜୀବୀଙ୍କ ସହ ୬ ଗ୍ରାହକ ଗିରଫ

ଭୁବନେଶ୍ୱର, ୨୭/୧୨ : ମାଲକାନଗିରି ଜିଲ୍ଲାରେ ଏକ ବଡ଼ଧରଣ ସେକ୍ସ ରାକେଟର ପର୍ଦାଫାଶ କରିଛି ପୋଲିସ । ରାକେଟରେ ସମ୍ପୃକ୍ତ ଥିବା ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୬ ଜଣ ଗ୍ରାହକଙ୍କୁ ଗିରଫ କରିଛି ଜିଲ୍ଲା ପୋଲିସ । ଉଦ୍ଧାର ହୋଇଥିବା ଦେହଜୀବୀଙ୍କ ମଧ୍ୟରୁ ଜଣେ ୧୫ ବର୍ଷର ନାବଳିକା ଅଛନ୍ତି ।

ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ମାଲକାନଗିରି ଅଂଚଳରେ ଦେହ ବ୍ୟବସାୟ ଜୋରସୋରରେ ଚାଲିଥିବା ନେଇ ପୁଲିସ ନିକଟରେ ଖବର ରହିଥିଲା । ଜିଲ୍ଲାର ଟେକବାଡି ସାହି ଏବଂ ଏମଭି-୧ ଗ୍ରାମ ନିକଟସ୍ଥ ଦରିଗୁଡା ଗ୍ରାମରେ ଅତର୍କିତ ଚଢ଼ଉ କରି ୨ ଜଣ ଦେହଜୀବୀ ଏବଂ ୬ ଜଣ ଗ୍ରାହକଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ନାବଳିକାଙ୍କୁ ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।