ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର୍ ଫଲୋୟର୍ସ ସଂଖ୍ୟା ୩୦ ଲକ୍ଷ

ଭୁବନେଶ୍ଵର,୨୧ /୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟରରେ ଫଲୋୟର୍ସ ସଂଖ୍ୟା ୩୦ ଲକ୍ଷରେ ପହଂଚିଛି । ନବୀନଙ୍କ ଟ୍ୱିଟରକୁ ୩ ମିଲିୟନ ବା ପ୍ରାୟ ୩୦ ଲକ୍ଷ ଲୋକ ଫଲୋ କରୁଥିବାର ଜଣାପଡିଛି । ଆଉ ୩ ମିଲିୟନ ଫଲୋୟର୍ସ ପହଂଚିବା ପରେ ନବୀନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟ୍ୱିଟର ଭଳି ଏକ ଡିଜିଟାଲ ଯାତ୍ରାରେ ସମସ୍ତଙ୍କ ସ୍ନେହ ଓ ଭଲ ପାଇବା ମିଳିଥିବାରୁ ସେ କୃତଜ୍ଞ ବୋଲି ଲେଖିଛନ୍ତି ।