ସାଲିଆ ସାହିରୁ ପୁଣି ବିପୁଳ ପରିମାଣର ଚୋରା ମଦ ଜବତ : ୩ ଗିରଫ

ଭୁବନେଶ୍ୱର,୧/୯: (ପ୍ରଦୀପ୍ତ କୁମାର ଦାସ) – ଅବକାରୀ ମୋବାଇଲ ସ୍କ୍ୱାର୍ଡ ଓ ନୂଆପଲ୍ଲୀ ପୋଲିସ ମିଳିତ ଭାବେ ବୁଧବାର ସ୍ଥାନୀୟ ସାଲିଆ ସାହିରେ ଚାଲିଥିବା ଏକ ଚୋରା ମଦ କାରଖାନା ଉପରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରିଛନ୍ତି l ତେବେ ଏହି ବେଆଇନ କାରବାରରେ ଲିପ୍ତ ତିନିଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି l ଚଢ଼ାଉ ବେଳେ ଘଟଣା ସ୍ଥଳରୁ ୧ ହଜାର ଲିଟର ଚୋରା ମଦ,ଚାରୀ ଶହରୁ ଊର୍ଧ୍ୱ ମଦ ତିଆରି ହାଣ୍ଡି,୧୧ ହଜାର ଲିଟର ପୋଚ,ବହୁ ମଦ ତିଆରି ସରଞ୍ଜାମ ଓ ଏକ ବାଇକ ମଧ୍ୟ ଜବତ କରାଯାଇଛି l ତେବେ ଏହା ପୂର୍ବରୁ ମଧ୍ୟ ସାଲିଆ ସାହିରୁ ଅନେକ ଥର ଚୋରା ମଦ,ବ୍ରାଉନ ସୁଗର ଓ ଗଞ୍ଜାଇ ପ୍ରଭୁତି ନିଶା ଦ୍ରବ୍ୟ ଜବତ ହେବା ସହ ଏହି କାରନାମାରେ ସମ୍ପୃକ୍ତ ବହୁ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାର ନଜିର ରହିଛି l ମାତ୍ର ସ୍ମାର୍ଟ ସିଟି ଭୁବନେଶ୍ୱରର ଏକ ନିର୍ଦିଷ୍ଟ ଅଞ୍ଚଳରେ ଏହି ବେଆଇନ କାରବାରକୁ ରୋକାଯାଇ ପାରୁନଥିବାରୁ ସାଧାରଣରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି l