ଆଜିର ରାଶିଫଳ (ଶୁକ୍ରବାର)

ତା : ୩୦/ ୧୨ / ୨୦୨୨

ମେଷ : ପ୍ରଶଂସା ପାଇବେ। ଗୁରୁଜନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ସଞ୍ଜମତା ରକ୍ଷା କରନ୍ତୁ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ।

ବୃଷ : ଶୁଭଫଳ ପ୍ରାପ୍ତି ହେବ। ଶାନ୍ତି ଅନୁଭବ କରିବେ। କ୍ରୀଡ଼ା ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ମିଥୁନ : ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ସୁସ୍ଥ ରହିବେ। ବନ୍ଧୁମାନଙ୍କ ସହଯୋଗରେ ସମସ୍ୟାର ସମାଧାନ ହେବ।

କର୍କଟ : ସମାଜ ସେବା କରି ସୁନାମ ଅର୍ଜନ କରିବେ। ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ଶୁଭ ସମ୍ବାଦ ପାଇବେ। ଆର୍ଥିକ ସମସ୍ୟା ଦୂର ହେବ।

ସିଂହ : ଶୁଭ ସମାଚାର ପାଇବେ। ବ୍ୟବସାୟ କ୍ଷେତ୍ରରେ ନୂଆ ଯୋଜନା କାର୍ଯ୍ୟକାରୀ କରିବେ। ଲକ୍ଷ୍ୟ ପୂରଣ ହେବ।

କନ୍ୟା : ବ୍ୟବସାୟରେ ମନ ଦେଇ କାମ କଲେ ଭଲ ଲାଭ ମିଳିବ। ପତିପତ୍ନୀଙ୍କ ମଧ୍ୟରେ ଥିବା ମତଭେଦ ଦୂର ହେବ। ରାଜନୀତି କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ।

ତୁଳା : ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କରିବେ ଓ ସଫଳତା ପାଇବେ। ନୂଆ ବ୍ୟବସାୟରୁ ଭଲ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ବିଛା : ବ୍ୟବସାୟରେ ବୁଦ୍ଧି ପ୍ରୟୋଗ କରି ବଡ଼ ଧରଣର ସଫଳତା ପାଇବେ। ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ପାରିବାରିକ ଜୀବନ ଭଲ ରହିବ।

ଧନୁ : ଶତ୍ରୁ ମାନଙ୍କ ମୁକାବିଲା କରିପାରିବେ। ପିଲାଙ୍କ କାର୍ଯ୍ୟରେ ଖୁସି ହେବେ। କିଛି ନୂଆ କାର୍ଯ୍ୟ କରିବାକୁ ଯୋଜନା କରିବେ।

ମକର : ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଅନେକ କ୍ଷେତ୍ରରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ ଓ ନିଷ୍ପତ୍ତି ନେବାରେ କଷ୍ଟ ହେବ।

କୁମ୍ଭ : କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆର୍ଥିକସ୍ଥିତି ସନ୍ତୋଷଜନକ ରହିବ। ଜାଗା, ଜମି ବା ଗୃହ କିଣିବା ପାଇଁ ସୁଯୋଗ ଆସିପାରେ।

ମୀନ : ସମସ୍ତ ସମସ୍ୟା ଦୂର ହେବ। କୌଣସି ବିରାଟ ଯୋଜନା ପାଇଁ ସଙ୍କଳ୍ପ ନେବେ। ପରିବାରରେ ଶାନ୍ତି ବଜାୟ ରହିବ।