ନାଲ୍‌କୋର ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ବର,୨/୩ : ନବରତ୍ନ ଆଲୁମିନିୟମ୍ କଂପାନି ନାଲ୍‌କୋ ଓ ସାମାଜିକ ଅନୁଷ୍ଠାନ ନାଲ୍‌କୋ ମହିଳା ସମିତିର ମିଳିତ ସହଯୋଗରେ ନାଲ୍‌କୋନଗରଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ମହିଳା ଦିବସ ଓ ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଏହି ରକ୍ତଦାନ ଶିବିରକୁ ଫେବ୍ରୁଆରି ୨୮ରେ ଆୟୋଜନ କରାଯାଇଥିଲା। କଂପାନିର ସିଏମ୍‌ଡି ଶ୍ରୀଧର ପାତ୍ର ଏହି ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ନାଲ୍‌କୋ ମହିଳା ସମିତିର ସଭାପତି ସସ୍ମିତା ପାତ୍ର ଉପସ୍ଥିତ ଥିଲେ। ଏହି ଶିବିରରେ ନାଲ୍‌କୋର କର୍ମଚାରୀ ତଥା ବିଭିନ୍ନ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀ ଓ ପରିବାରବର୍ଗ ଉତ୍ସାହର ସହ ରକ୍ତଦାନ କରିଥିଲେ। କଟକସ୍ଥିତ କେନ୍ଦ୍ରୀୟ ରେଡ୍‌କ୍ରସ ରକ୍ତ ଭଣ୍ଡାର ସହଯୋଗରେ ୬୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।