ନୂଆଦିଲ୍ଲୀ, ୩୧/୩ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ୩ ହଜାରରୁ ଅଧିକ ରହୁଛି। ଦେଶରେ ଦିନକରେ ପୁଣି ୩୦୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ୧୩୯୦ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି । କୋଭିଡ ଆରୋଗ୍ୟ ହାର ୯୮.୭୮ ପ୍ରତିଶତ ରହିଛି । ଏବେ ଦେଶରେ ୧୫ ହଜାର୨୦୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଏପର୍ଯ୍ୟନ୍ତ ୨୨୦ କୋଟି ୬୫ଲକ୍ଷରୁ ଅଧିକ ଡୋଜ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି । ଦିନକ ମଧ୍ୟରେ ୬ହଜାର ୫୫୩ ଡୋଜ ଟିକା ଦିଆ ଯାଇଛି। ଦେଶରେ ଦୈନିକ ସଂକ୍ରମଣ ହାର ୨.୬୧ % ଓ ସାପ୍ତାହିକ ସଂକ୍ରମଣ ହାର ୧.୯୧% ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୮ ହଜାର ୬୯୪ ନମୂନା ପରୀକ୍ଷା କରାଯାଇଛି।