ଦୁନିଆର ଏକ ନମ୍ବର ଧନୀ ମାନ୍ୟତା ହରାଇଲେ ଏଲନ ମସ୍କ

0

ନୂଆଦିଲ୍ଲୀ : ଫୋର୍ବ୍ସ ୨୦୨୩ର ରିଲୟ-ଟାଇମ୍ ବିଲେନିୟର୍ସଙ୍କ ତାଲିକା ଜାରି କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ମୁକେଶ ଅମ୍ବାନୀ ପୁଣି ଥରେ ଏସିଆର ଏକ ନମ୍ବର ଧନୀ ହୋଇଥିବା ବେଳେ ଟେସ୍ଲା ଏବଂ ଟ୍ଵିଟରର ମୁଖ୍ୟ ଏଲନ ମସ୍କଙ୍କୁ ଜୋରଦାର ଝଟକା ଲାଗିଛି। ସଂପତ୍ତି ହରାଇବାରେ ଏଲନ ମସ୍କ ଦ୍ଵିତୀୟ ସ୍ଥାନରେ ଏବଂ ଆମାଜନର ମୁଖ୍ୟ ଜେଫ ବୋଜେସ୍ ପ୍ରଥମ ସ୍ଥାନରେ ରହିଛନ୍ତି।

ଦୁନିଆର ଏକ ନମ୍ବର ଧନୀର ମାନ୍ୟତା ମଧ୍ୟ ହରାଇଛନ୍ତି ଏଲନ ମସ୍କ। ଫ୍ରେଞ୍ଚ ଲଗଜରୀ ସାମଗ୍ରୀର ଟାଇକୁନ ବର୍ନାର୍ଡ ଆରନଲ୍ଟ ଧନୀ ତାଲିକାରେ ପ୍ରଥମ ସ୍ଥାନକୁ ଉଠିଛନ୍ତି। ରିପୋର୍ଟ ଅନୁଯାୟୀ, ୨୫୦ରୁ ଅଧିକ ବ୍ୟକ୍ତି ଯେଉଁମାନେ ଗତ ବର୍ଷ କୋଟିପତି ତାଲିକାରେ ରହିଥିଲେ, ଏଥର ସେମାନେ ବାଦ୍ ପଡିଛନ୍ତି। କେନ ଓ୍ଵେଷ୍ଟ ଏବଂ ଏଫଟିଏକ୍ସର ସଂସ୍ଥାପକ ଫାଉଣ୍ଡର ସାମ ବ୍ୟାଙ୍କମ୍ୟାନ ଫ୍ରାଇଡ ଏଥିରେ ସାମିଲ୍। ଗୋଟିଏ ଦିନରେ ହିଁ ସାମଙ୍କ ୯୪ ପ୍ରତିଶତ ସଂପତ୍ତି ବୁଡି ଯାଇଛି।

ଏଲନ ମସ୍କଙ୍କ ରିୟଲ ଟାଇମ୍ ନେଟଓ୍ଵର୍ଥ ୧୯୨.୮ ବିଲିୟନ ଡଲାର। ତେବେ ମଙ୍ଗଳବାର ପ୍ରକାଶିତ ଫୋର୍ବ୍ସ ତାଲିକା ଅନୁଯାୟୀ, ମସ୍କଙ୍କୁ ୧.୪ ବିଲିୟନ ଡଲାରର ଝଟକା ଲାଗିବା ସତ୍ତ୍ଵେ ସେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଗତ ବର୍ଷ ତୁଳନାରେ ମସ୍କଙ୍କ ସଂପତ୍ତି ପ୍ରାୟ ୩୯ ବିଲିୟନ ଡଲାର ହ୍ରାସ ପାଇଛି। ଏଲନ ମସ୍କ ଇଲେକ୍ଟ୍ରିକ କାର ନିର୍ମାଣକାରୀ କମ୍ପାନି ଟେସ୍ଲା, ରକେଟ୍ ତିଆରି କରୁଥିବା କମ୍ପାନି ସ୍ପେସ୍ଏକ୍ସ ଏବଂ ଟନଲିଙ୍ଗ ଷ୍ଟାର୍ଟଅପ୍ ବୋରିଂ କମ୍ପାନି ସମେତ ୬ଟି କମ୍ପାନିର ମାଲିକ ଅଟନ୍ତି। ଫୋର୍ବ୍ସ ମୁତାବକ ଟ୍ଵିଟରର ମହଙ୍ଗା ଅଧିଗ୍ରହଣ ଯୋଗୁଁ ଟେସ୍ଲାର ସେୟାର ହ୍ରାସ ଘଟିଛି। ଫଳରେ ମସ୍କ ଏକ ନମ୍ବର ସ୍ଥାନରୁ ଦୁଇ ନମ୍ବରକୁ ଖସି ଆସିଛନ୍ତି।

SBI AD
Leave A Reply

Your email address will not be published.