ରାଜ୍ୟ ସରକାରଙ୍କ ବିଭିର୍ଣ୍ଣ ଯୋଜନା ଗୁଡିକ ମଧ୍ୟରେ ‘ଆମ ଗାଁ ଆମ ବିକାଶ’ ଅନ୍ୟତମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୧୧୯୩ ପ୍ରକଳ୍ପକୁ ୩୨.୬୦ କୋଟି ଟଙ୍କାର ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଭେଡେନ ବ୍ଲକର ୧୬୪, ଆଳି ବ୍ଲକର ୩୯୮, ରେମୁଣା ବ୍ଲକର ୪୬୮ ଓ ଦାନଗଦି ବ୍ଲକର ୧୬୩ ପ୍ରକଳ୍ପ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହ ପ୍ରକଳ୍ପଗୁଡିକର କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗ, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।