ଭୁବନେଶ୍ୱର, ୨୦/୨ : ଆଜିଠାରୁ ଭୁବନେଶ୍ବର ଆଦିବାସୀ ପଡିଆରେ ଆରମ୍ଭ ହେବ ଆଦିବାସୀ ମେଳା। ଏଥିଲାଗି ସଜେଇ ହୋଇଛି ଭୁବନେଶ୍ବରର ୧ ନମ୍ବର ଆଦିବାସୀ ପଡ଼ିଆ । ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।
ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ବେଳେ ମାଟି ଘର ସାଙ୍ଗକୁ ଆଦିବାସୀ ଚାଲିଚଳଣିକୁ ବେଶ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି । ଫୁଲବାଣୀ, କୋରାପୁଟ, କନ୍ଧମାଳରୁ ଆସିଥିବା ସ୍ବତନ୍ତ୍ର କାରିଗର ମାନେ ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି । ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ।
ମେଳାରେ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ଓ ସଂଗୃହୀତ କଳା ସାମଗ୍ରୀ, ଲଘୁ ବନ୍ୟଜାତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରି କରାଯିବ । ଏଠାରେ ୧୦ଟି ଆଦିବାସୀ ଗାଁ ସମେତ ୧୨୧ଟି ଷ୍ଟଲ୍ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ ଏହି ମେଳା ପ୍ରତିଦିନ ଅପରାହ୍ନ ୨ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ସଂଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ।
