୪୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବିଧାୟକଙ୍କ ପୁଅ

ବେଙ୍ଗାଲୁରୁ,୨/୩ : ବେଙ୍ଗାଲୁରୁର ଏକ ଘରୋଇ ଅଫିସ୍‌ରେ ୪୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ବିଜେପି ବିଧାୟକଙ୍କୁ ପୁଅଙ୍କୁ ରେଡ୍‌-ହେଣ୍ଡେଡ୍ ଧରିଲା ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତ।

ସୂଚନା ଅନୁସାରେ କର୍ଣ୍ଣାଟକ ବୋମାଇ ସରକାରରେ ବିଧାୟକ ଥିବା ମଦଲ ବିରୁପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମଦଲ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ପ୍ରଶାନ୍ତ ବେଙ୍ଗାଲୁରୁ ସ୍ଥିତ ନିଜ ଅଫିସ୍‌ରେ ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତ ଅଫିସରମାନେ ତାଙ୍କୁ ଧରିଛନ୍ତି।

ସୂଚନା ଥାଉକି ବିଧାୟକ ମଦଲ ବିରୁପାକ୍ଷପ୍ପା କର୍ଣ୍ଣାଟକର ସାବୁନ ଓ ଡିଟରଜେଣ୍ଟ ଲିମିଟେଡ୍‌ର ଅଧ୍ୟକ୍ଷ ଅଛନ୍ତି। ଲୋକାୟୁକ୍ତ ଅଫିସରଙ୍କ ସୂଚନା ଅନୁସାରେ, ଗୁରୁବାର ସକାଳେ ଲାଞ୍ଚ ନେଉଥିବା ନେଇ ଜଣେ ବ୍ୟକ୍ତି ପ୍ରଶାନ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପ୍ରଶାନ୍ତଙ୍କୁ ଧରିବାକୁ ଯୋଜନା କରିଥିଲେ ଲୋକାୟୁକ୍ତ ଟିମ୍।

ଯୋଜନା ମୁତାବକ ସାଙ୍ଗରେ କ୍ୟାମେରା ଧରି ଟିମ୍‌ର ଅଫିସର ପ୍ରଶାନ୍ତଙ୍କ ଅଫିସରେ ପହଞ୍ଚିଥିଲେ। ଆଉ ତାଙ୍କ ଅଜାଣତରେ ପ୍ରଶାନ୍ତ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରେଡ୍‌ ହେଣ୍ଡେଡ୍‌ ଧରିଲାଥିଲା ଟିମ୍। କ୍ୟାମେରା ସମ୍ନାରେ ବିଜେପି ବିଧାୟକଙ୍କ ପୁଅଙ୍କର କଳକାରନାମା କଏଦ ହୋଇଛି।