ଜାନୁଆରୀ ୨୬ରେ ପ୍ଲାଷ୍ଟିକ ତ୍ରିରଙ୍ଗା ବ୍ୟବହାର କରନ୍ତୁ ନାହିଁ, ଗାଇଡଲାଇନ ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୨୨/୧ : ଗଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଆଡ଼ଭାଇଜରି ଜାରି କରି ଲୋକଙ୍କୁ ଜାନୁଆରୀ ୨୬ରେ ପ୍ଲାଷ୍ଟିକରେ ନିର୍ମିତ ତ୍ରିରଙ୍ଗା ବ୍ୟବହାର ନକରି ବରଂ କାଗଜ କିମ୍ବା କପଡ଼ାରେ ନିର୍ମିତ ଜାତୀୟ ପତାକା ବ୍ୟବହାର କରିବାକୁ ନିବେଦନ କରିଛି। ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ପ୍ଲାଷ୍ଟିକରେ ନିର୍ମିତ ପତାକା ସ୍ୱତପ୍ରଭୁତ ଭାବେ ନଷ୍ଟ ହୋଇ ନଥାଏ ନଷ୍ଟ ହେବା ପାଇଁ ବହୁତ ସମୟ ଲାଗିଥାଏ |

ଆସନ୍ତା ସାଧାରଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଚିଠି ମାଧ୍ୟମରେ ଏବିଷୟରେ ଜଣାଇଦିଆଯାଇଛି । ଚଳିତ ବର୍ଷ ଠାରୁ ସାଧାରଣତନ୍ତ୍ର ଦିବସ ହେଉ କି ସ୍ୱାଧିନତା ଦିବସ ଅଥବା ଅନ୍ୟ କୌଣସି ଉତ୍ସବରେ ଯେଉଁଭଳି ପ୍ଳାଷ୍ଟିକରେ ନିର୍ମିତ ତ୍ରିରଙ୍ଗା ବ୍ୟବହାର ହେବ ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସବୁ ରାଜ୍ୟ ସରକାରଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.