ସସ୍ତା ହେଲା ବିମାନ ଭଡା:୧୮{55b2cb0b7f4cf03245de454bbd162b8e7d4a9ea8ccad709ce42dafdc0d7cbddb} ହ୍ରାସ ନେଇ ସୂଚନା
ଘରୋଇ ବଜାରରେ ୨୦୧୭ରେ ହାରାହାରି ବିମାନ ଭଡାରେ ୧୮{55b2cb0b7f4cf03245de454bbd162b8e7d4a9ea8ccad709ce42dafdc0d7cbddb} ହ୍ରାସ ଘଟିଛି। ଅପର ପକ୍ଷରେ ୨୦୧୭-୧୮ ଆର୍ଥତ୍କ ବର୍ଷରେ ଦେଶ ମଧ୍ୟରେ ବିମାନ ଯାତ୍ରାରେ ୧୯{55b2cb0b7f4cf03245de454bbd162b8e7d4a9ea8ccad709ce42dafdc0d7cbddb} ଅଭିବୃଦ୍ଧି ଘଟିଥିବା ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଦେଶ ମଧ୍ୟରେ ଏୟାରକ୍ରାଫ୍ଟ ନିର୍ମାଣ କରିବାକୁ ସରକାର ଯୋଜନା ରଖିଥିବା ପ୍ରଭୁ କହିଛନ୍ତି।
୨୦୧୫ ହାରାହାରି ବିମାନ ଭଡା ତୁଳନାରେ ୨୦୧୭ରେ ବିମାନ ଭଡାରେ ୧୮{55b2cb0b7f4cf03245de454bbd162b8e7d4a9ea8ccad709ce42dafdc0d7cbddb} ହ୍ରାସ ହୋଇଛି ଫଳରେ ଲୋକଙ୍କ ପାଇଁ ବିମାନଯାତ୍ରା ସୁଗମ ହୋଇଥିବା ସେ କହିଛନ୍ତି। ଘରୋଇ ବଜାରରେ ୨୦୧୪ରେ ୬.୧ କୋଟି ଯାତ୍ରୀ ବିମାନ ଯାତ୍ରା କରିଥିବା ବେଳେ ଏହା ୨୦୧୮ ଆର୍ଥତ୍କ ବର୍ଷରେ ୧୨ କୋଟିକୁ ବୃଦ୍ଧି ଘଟିଥିବା ପ୍ରଭୁ ପ୍ରକାଶ କରିଛନ୍ତି। ଏଥିରେ ୧୯{55b2cb0b7f4cf03245de454bbd162b8e7d4a9ea8ccad709ce42dafdc0d7cbddb} ବୃଦ୍ଧି ହୋଇଥିବା ଜଣାଯାଇଛି।