ଆଜିର ରାଶିଫଳ (ସୋମବାର)

ତା : ୨୭ / ୨ / ୨୦୨୩

0

ମେଷ : ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ସମ୍ମାନିତ ହେବାର ସୁଯୋଗ ରହିଛି । ଚାକିରି କ୍ଷେତ୍ରରେ ପଦୋନ୍ନତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦେଶ ଯାତ୍ରାର ଯୋଗ ରହିଛି ।ବନ୍ଧୁଙ୍କ ଦ୍ଵାରା ଲାଭବାନ ହେବେ । ବିଦ୍ୟାର୍ଥୀ ସଫଳତା ଆଡ଼କୁ ଅଗ୍ରସର ହେବେ ।

ବୃଷ : ଆଜିର କାର୍ଯ୍ୟ ଆଜି ସମାପ୍ତ କରିବାକୁ ଆଜି ଆପଣ ସକ୍ଷମ ହେବେ। ବ୍ୟବସାୟରେ ଦୂର ଯାତ୍ରାର ଜୋଗ ରହିଛି । ବନ୍ଧୁ ମିଳନର ଯୋଗ ରହିଛି । ଅଟକି ଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ । ଜୀବନ ସାଥିଙ୍କ ସହ ସମୟ ଅତିବାହିତ କରିବେ ।

ମିଥୁନ : ଚାକିରି କ୍ଷେତ୍ରରେ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିବେ । ବ୍ୟବସାୟରେ ମିଳୁନଥିବା ଧନର ପ୍ରାପ୍ତି ହେବ । ଧାର୍ମିକ ମୋନୋଭବ ରହିବ। ଆୟର ଉତ୍ତମ ପନ୍ଥା ଆପଣଙ୍କୁ ମିଳିବ ।ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ସଫଳ ହେବେ ।

କର୍କଟ : ସ୍ବାସ୍ଥ୍ୟାବସ୍ଥା ଖରାପ ରହିବ । ଅଯଥା ଖର୍ଚ୍ଚାନ୍ତ ହେବେ। ବ୍ୟବସାୟ ଆଗକୁ ବଢିବ । ପରିବାରର ସହଯୋଗ ମିଳିବ । ଉଦର ଜନିତ ସମସ୍ୟା ଦେଖା ଦେବ । ବୈବାହିକ ଜୀବନ ସୁଖ ମୟ ହେବ । ବିଦ୍ୟାର୍ଥୀମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ ।

ସିଂହ : ଶାରୀରିକ ଅସୁସ୍ଥତା ଦେଖାଦେବ। ଆୟର ଯୋଗ ମଧ୍ୟ ରହିଛି। ଅକସ୍ମାତ ଭ୍ରମଣ କରି ପାରନ୍ତି । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ରାଜନୀତି ଆପଣଙ୍କ ସପକ୍ଷରେ ରହିବ ।

କନ୍ୟା : ପରିବାର ଓ କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେବ । କିନ୍ତୁ ଜୀବନସାଥୀଙ୍କ ସହଯୋଗ ମିଳିବ । ବନ୍ଧୁ ମିଳନର ଯୋଗ ରହିଛି । ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବ୍ୟବସାୟରେ ଏତେ ଭଲ ଫଳ ପ୍ରାପ୍ତ ହେବ ନାହିଁ ।

ତୁଳା : ଖାଦ୍ୟପେୟରେ ଯଥେଷ୍ଟ ଯତ୍ନବାନ ହୁଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆଗଭର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ । ପରିବାରର ସହଯୋଗ ମିଳିବ । ବ୍ୟବସାୟରେ ଅକସ୍ମାତ ଲାଭର ଯୋଗ ରହିଛି ।

ବିଛା : ପେଟରେ ଯନ୍ତ୍ରଣା ଦେଖାଦେବ । ଦିନଟି ମଧ୍ୟମ ଫଳ ଦେବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ପରିବାରରେ ଖୁସି ଲାଗି ରହିବ । ବ୍ୟବସାୟରେ ନୂତନ ଆଶା ଦେଖାଯିବ ।

ଧନୁ : ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପ୍ରୟାସ ଜାରି ରହିବ । କିଛି ଅଯଥା ବ୍ୟୟ ଯୋଗ ମଧ୍ୟ ରହିଛି । ବନ୍ଧୁଙ୍କ ଦ୍ଵାରା ଶୁଭ ଫଳ ମିଳିବ । ଦିନଟି ମିଶ୍ର ଫଳ ପ୍ରଦାନ କରିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହେବ ।

ମକର : କାର୍ଯ୍ୟ କ୍ଷେତ୍ରରେ ସହଯୋଗ ସହ ସମ୍ମାନ ବୃଦ୍ଧି ପାଇବ । ଗୃହକୁ ବନ୍ଧୁଙ୍କ ଆଗମନ ହୋଇ ପାରେ। ବ୍ୟବସାୟରେ କିଛି ମାତ୍ରାରେ ଲାଭ ଯୋଗ ରହିଛି । ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ବିଦ୍ୟାର୍ଥୀ ମାନେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି ।

କୁମ୍ଭ : କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ । ଚାକିରିରେ ଅଧିକ ପରିଶ୍ରମ ଯୋଗ ମଧ୍ୟ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ପରିବାର ସହ ସମୟ କାଟିବେ । ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମୀନ : ମାନ ସମ୍ମାନ ଓ ଆୟରେ ମଧ୍ୟ ବୃଦ୍ଧି ଘଟିବ। ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି । ମାନସିକ ସ୍ଥିତିରେ ଅବନତି ଘଟିବ । ପରିବାର ସହିତ ନୂଆ ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ମନ ଆତ୍ମବିଶ୍ବାସରେ ଭାରି ରହିବ ।

SBI AD
Leave A Reply

Your email address will not be published.