ମେଷ : ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ । ପିଲାମାନଙ୍କ ସହିତ ସମୟ କାଟିବେ । ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇବା ପରେ ଆପଣ ବହୁତ ଖୁସି ହେବେ । ଅଧିକ ଖର୍ଚ୍ଚ ହେବ । ବିଦ୍ୟାର୍ଥୀ ମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ।
ବୃଷ : ମା ଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ମନ ସାମାନ୍ୟ ଚିନ୍ତାରେ ରହି ପାରେ । ପାରିବାରିକ ଜୀବନ ସୁଖମୟ ହେବ । ଯାତ୍ରା କରି ପାରନ୍ତି ଯାହା ଆପଣଙ୍କୁ ଲାଭଦାୟକ ହେବ । ବିଦେଶ ଯାତ୍ରା କରି ପାରନ୍ତି । ଭାଇଙ୍କ ସହ ଯୋଗ ପ୍ରପ୍ତ କରିବେ ।
ମିଥୁନ : ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରି ରେ ଚାପ ବୃଦ୍ଧି ପାଇବ । ଦିନଟି ଖୁସିରେ କଟିବ । ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି।
କର୍କଟ : ପରିବାରରେ ସାହାଯ୍ୟ ସହନଭୂତି ଲାଗି ରହିବ । ମିଳୁନଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ । ନୂତନ ଯାନବାହାନ କ୍ରୟ କରିବେ । ମାନସିକ ଚିନ୍ତାରେ ରହି ନିଷ୍ପତି ନେବେ ଓ ସଫଳତା ମଧ୍ୟ ମିଳିବ । ଛାତ୍ର ଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ।
ସିଂହ : ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ଆଜି ପ୍ରାପ୍ତ ହେବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି ।ପୁରୁଣା ଋଣକୁ ଆଜି ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ । ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ।
କନ୍ୟା : ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭ ର ଯୋଗର ହିଛି । ମନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।
ତୁଳା : ଗୃହକୁ ବନ୍ଧୁ ଙ୍କ ଆଗମନ ହୋଇପାରେ । ବ୍ୟବସାୟ ରେ ଲାଭ ଯୋଗ ରହିଛି । ଚାକିରି କ୍ଷେତ୍ର ରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ଅମନଯୋଗି ହୋଇ ପାରନ୍ତି।
ବିଛା : ଦିନଟିରେ ବହୁତ୍ ଭଲ ଯୋଗ ରହିଛି । ରାଜନୀତି ରେ ସଫଳତା ପ୍ରାପ୍ତି ହେବ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇ ପାରେ ।ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବା ।
ଧନୁ : ଚିନ୍ତା କୁ ଦୂରୀଭୂତ କରନ୍ତୁ । ଧନ ଲାଭ ର ସଂଯୋଗ ରହିଛି । ଆଜିର ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ ।ଖର୍ଚ୍ଚ ମଧ୍ୟ ଅଧିକ ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତା ରେ ରହିବେ।
ମକର : ଶାରୀରିକ ସମସ୍ୟା ଦେଖା ଦେବ ।ତଳିପେଟରେ ଯନ୍ତ୍ରଣା ଦେଖା ଦେବ । ଦିନଟି ଏତେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳି ପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ । ଶତ୍ରୁଙ୍କୁ ଭୟ କରିବେ । ଅଧିକ ପରିଶ୍ରମ ରେ ଦିନଟି କଟିବ ।
କୁମ୍ଭ : ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ଦିନଟି ଭଲ ଫଳ ଦେବ । ଅଧିକ ପରିଶ୍ରମ ମଧ୍ୟ ଆଜି କରିବାକୁ ପଡି ପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେବ ।
ମୀନ : ବ୍ୟବସାୟରେ ଆଜି ଆପଣଙ୍କୁ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନ ରେ ସତର୍କତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀ ମାନେ ଉପକୃତ ହେବେ ।
