ଆଜିର ରାଶିଫଳ (ମଙ୍ଗଳବାର)

ତା : ୪ / ୪ / ୨୦୨୩

0

ମେଷ : କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ରହିବ। ଟଙ୍କା ସମ୍ବନ୍ଧୀୟ ଚିନ୍ତା ଦୂର ହେବ, ଅଟକିଥିବା ଟଙ୍କା ମିଳିବ। ପରିବାରରେ ବିଚ୍ଛିନ୍ନତା ପରିସ୍ଥିତି ସୃଷ୍ଟି ହୋଇପାରେ। ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ହୋଇପାରେ। ବ୍ୟବସାୟ ମଧ୍ୟମ ରହିବ।

ବୃଷ : ବ୍ୟବସାୟରେ କ୍ଷତି ହୋଇପାରେ। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ଖର୍ଚ୍ଚ ଅଧିକ ହେବ। ଅଫିସରେ ବିତର୍କର ପରିସ୍ଥିତି ହୋଇପାରେ।ନିଜ କଥାରେ ସଞ୍ଜମତା ରକ୍ଷା କରନ୍ତୁ। ପରିବାରର ସମର୍ଥନ ପାଇବେ। ଭାଇଭଉଣୀଙ୍କ ସମ୍ପର୍କ ନିବିଡ଼ ହେବ।

ମିଥୁନ : ନିବେଶ ପାଇଁ ଦିନଟି ଉତ୍ତମ ରହିବ। ହଠାତ୍ ଆର୍ଥିକ ଲାଭ ହୋଇପାରେ। କୌଣସି ପୁରୁଣା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଏକ ବଡ ଅଫର୍ ମିଳିପାରେ। ପରିବାର ସହିତ ସୁଖ ଏବଂ ଶାନ୍ତି ଅନୁଭବ କରିବେ।

କର୍କଟ : ବନ୍ଧୁମାନଙ୍କ ସହ ମନୋମାଳିନ୍ୟ ହୋଇପାରେ। ଆଜି କର୍କଟ ରାଶିର ଘାତ ଚନ୍ଦ୍ର ତେଣୁ କାହାକୁ ବି ଟଙ୍କା ଉଧାର ଦିଅନ୍ତୁ ନାହିଁ। ନୂଆ ଜାଗାକୁ ବୁଲିବାକୁ ଯିବେ। ବିବାଦୀୟ ପରିସ୍ଥିତି ଉପୂଜି ପାରେ। ବୈବାହିକ ଜୀବନ ଜଞ୍ଜାଳମୟ ହେବ।

ସିଂହ : ଲାଗି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ। ପରିବାରରେ ସୁଖ ସମ୍ମାନ ଲାଗି ରହିବ। ଶାରୀରିକ ଓ ମାନସିକ ଖୁସି ମିଳିବ। ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରିବେ। ସ୍ବାସ୍ଥ୍ୟରେ କିଞ୍ଚିତ ସମସ୍ୟା ଦେଖା ଦେବ। ପତ୍ନୀଙ୍କ ସହ ମନୋମାଳିନ୍ୟ ହେବାର ସମ୍ଭାବନା ରହିଛି।

କନ୍ୟା : କର୍ମ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ। ଅନ୍ୟ ଲୋକଙ୍କ ଦ୍ଵାରା ପଥରୋଧର ଶିକାର ହେବେ। ରୋଜଗାର ମିଳିବା ବିଳମ୍ବ ହେବ। କ୍ୟାରିୟରକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ରହିବେ। ବ୍ୟବସାୟୀମାନେ ଦୂର ଯାତ୍ରା କରି ପାରନ୍ତି।

ତୁଳା : ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି। ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ। କର୍ମରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି। ନିବେଶ ପାଇଁ ଦିନଟି ଉତ୍ତମ ରହିଛି। ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା ମିଳି ପାରେ।

ବିଛା : କର୍ମ ଚଞ୍ଚଳ ରହିବେ। ଦିନଟି ବ୍ୟସ୍ତତା ଭିତରେ କାଟିବେ। ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟରେ ଉନ୍ନତି। ବ୍ୟବସାୟରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ସଙ୍କୋଚରେ ରହିବେ ।

ଧନୁ : ସନ୍ତାନର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ। ମନ ବ୍ୟକୁଳିତ ହେବ । ଦୁରସ୍ଥାନକୁ ଯାତ୍ରା କରିବେ। ଖର୍ଚ୍ଚ ଭାର ଅଧିକ ହୋଇପାରେ। ବ୍ୟବସାୟରେ ପରିବର୍ତ୍ତନର ଯୋଗ ରହିଛି। ନିଜକୁ ପରାଧୀନ ମନେ କରିବେ।

ମକର : କାଲି ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ। ମକର ରାଶିରେ ଆଜି ଘାତ ଚନ୍ଦ୍ର। ମନ ବ୍ୟାକୁଳୀତ ରହିବ। ସନ୍ତାନର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ। ଦୁରସ୍ଥାନକୁ ଯାତ୍ରା କରିବେ। ଖର୍ଚ୍ଚର ଭାର ଅଧିକ ହୋଇପାରେ।

କୁମ୍ଭ : ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ। ସର୍ବକାର୍ଯ୍ୟରେ ସିଦ୍ଧି ହେବ। ଧନଧାନ୍ୟରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭଦାୟକ ରହିଛି। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇ ପାରେ।

ମୀନ : ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଦରକାର। ହଠାତ୍ କ୍ଷତିରେ ଆଜି ଆପଣ ପଡ଼ି ପାରନ୍ତି। ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ। ମନକୁ କଷ୍ଟ ଦେଲା ଭଳି କିଛି କଟୁ କଥା ଶୁଣି ପାରନ୍ତି। ଜୀବନ ସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ।

SBI AD
Leave A Reply

Your email address will not be published.