ଆଜିର ରାଶିଫଳ (ବୁଧବାର)

ତା : ୫ / ୪ / ୨୦୨୩

0

ମେଷ : ବେପାରରେ ଅଧିକ ଲାଭ ଯୋଗ ରହିଛି। ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ଆଜି ପ୍ରାପ୍ତ ହେବ । ପୁରୁଣା ଋଣ କୁ ଆଜି ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ। ଅଟକି ରହିଥିବା ଧନ ଆଜି ପ୍ରାପ୍ତ ହେବ।

ବୃଷ : ଦିନଟି ମିଶ୍ର ଫଳ ଦେବ। କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେବ। ଆର୍ଥିକ ଅନାଟନ ଭିତରେ ଦିନଟି କଟିବ। ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି। ପତି ପତ୍ନୀ ଙ୍କ ଭିତରେ ମନୋମାଳୀନ୍ୟ ଦେଖା ଦେବ।

ମିଥୁନ : ଘରେ କିମ୍ବା ବାହାରେ ଅପଦସ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ସମ୍ମାନରେ ହାନି ଘଟିବ। ଯାନବାହାନରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। କିଛି ନୂତନ ସମ୍ପତ୍ତି ଅର୍ଜନ ହେତୁ ଆଜିର ପରିବେଶ ସୁଖଦ ହେବ।

କର୍କଟ : ଅନାରେ ଉଚ୍ଚ ଆଶା ଭରି ରହିବ। ଭ୍ରମଣର ଯୋଗ ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ବଢିପାରେ। ବ୍ୟବସାୟରେ ଲାଭ ସୁଯୋଗ ମିଳିବ।

ସିଂହ : ଅଯଥା ଅର୍ଥ ବ୍ୟୟ ହେବ। ମାନସିକ ସ୍ଥିତି ଠିକ୍ ରହିବ ନାହିଁ। ଆଦି ଦିନଟିରେ ଆଶାବାଦୀ ହୋଇ ରହିବେ। କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ। ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।

କନ୍ୟା : ଚାକିରିରେ ଉତ୍ତମ ଫଳ ପ୍ରାପ୍ତ ହେବ। କନ୍ୟା ରାଶିକୁ ଆଜି ଶ୍ରୀ ଚନ୍ଦ୍ର । ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିଦ୍ୟା ବୃଦ୍ଧି ପାଇବ। ଭାଇମାନଙ୍କ ସହଯୋଗ ମିଳିବ।

ତୁଳା : ଦିନଟିରେ ମାନସିକ ପରିଶ୍ରମ ଅଧିକ ରହିବ। ଆର୍ଥିକ ବ୍ୟୟ ହେବ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ। ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ।

ବିଛା : ସ୍ବାସ୍ଥ୍ୟାବସ୍ଥା ଖୁବ୍ ଭଲ ରହିବ। ଦିନଟି ଆଜି ଆପଣଙ୍କୁ ଉତ୍ତମ ଫଳ ଦେବ। ଅଟକି ଥିବା କାର୍ଯ୍ୟର ଆରମ୍ଭ ଆଜି କରିବେ। ନୂତନ ଯାନବାହାନ କ୍ରୟ କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ଥିବା କିଛି ଅସୁବିଧା ଦେଖା ଦେବ।

ଧନୁ : ଅଟକି ରହିବ କାର୍ଯ୍ୟ ଏହି ସଂପୂର୍ଣ୍ଣ ହେବ। ଯଦି ଭ୍ରମଣ କରୁଛନ୍ତି ତାହେଲେ ଆଜି ଦିନଟି ଲାଭଦାୟକ ହେବ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ।

ମକର : ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବ । ଆଜି ଦିନଟି ଏତେ ଭଲ ଫଳ ଦେବ ନାହିଁ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିଲେ ମଧ୍ୟ ଖର୍ଚ୍ଚ ଅଧିକ ହେବ। ଦମ୍ପତିମାନଙ୍କ ପାଇଁ ଦିନଟି ଭଲ ରହିବ।

କୁମ୍ଭ : ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ। ଅଙ୍ଗରେ ଆଘାତ ଲାଗିପାରେ। ପରିବାରରେ ସମସ୍ୟା ବଢିବ । କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ। ବିଦ୍ୟାର୍ଥୀମାନେ ସକାରାତ୍ମକ ଚିନ୍ତାଧାରାରେ ରହିବେ।

ମୀନ : ନୂତନ ଚାକିରିରେ ଯୋଗଦାନ ଦେଇଥିବା ବ୍ୟକ୍ତି ଙ୍କୁ ନୂଆ ସୁଯୋଗ ସୃଷ୍ଟି ହେବ। ସର୍ବ କାର୍ଯ୍ୟ ସିଦ୍ଧି ହେବ। ମନରେ ସାମାନ୍ୟ ଆତ୍ମ ଗର୍ବ ରହିବ।ନୂତନ ବସ୍ତୁ କ୍ରୟ କରିବେ। ଛାତ୍ରଛାତ୍ରୀମାନେ ଉପକୃତ ହେବେ। ବ୍ୟବସାୟ ଆଶାନୁରୂପ ଫଳ ଦେବ।

SBI AD
Leave A Reply

Your email address will not be published.