ମେଷ : ଅଙ୍ଗରେ ଆଘାତ ଲାଗିପାରେ। ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କର୍ମ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ। ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟର ବଶବର୍ତ୍ତୀ ହେବେ। ସ୍ବାସ୍ଥ୍ୟରେ କିଛି ସମସ୍ୟା ଉପୁଜିବାର ସମ୍ଭାବନା ଅଛି।
ବୃଷ : ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ। ମନ ଉତ୍ସାହିତ ରହିବ।ସର୍ବ କାର୍ଯ୍ୟରେ ସିଦ୍ଧି ହେବ। ଭ୍ରମଣ ଯୋଗ ରହିଛି। ଆୟରେ ବୃଦ୍ଧି ହେବ। ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନେ ପରୋପକାରୀ ହେବେ।
ମିଥୁନ : କର୍ମ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ। ମନ ସାମାନ୍ୟ ଦୁର୍ବଳ ରହିବ। ହେଲେ ମଧ୍ୟ ଦିନଟିରେ ରୋଜଗାର ଉତ୍ତମ ହେବ। ବ୍ୟବସାୟ ଭଲ ହେବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। କର୍ତ୍ତବ୍ୟ ପରାୟଣ ହେବେ।
କର୍କଟ : କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ। ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ। ପ୍ରେମ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିଛି।
ସିଂହ : ଯାନ ବାହନରେ ସତର୍କତା ନିହାତି ଆବଶ୍ୟକ । କୌଣସି ସ୍ଥାନରୁ ଅପଦସ୍ତ ହେବା ପରି ସମସ୍ୟା ଉପୁଜି ପାରେ।ଅଙ୍ଗରେ ଆଘାତ ଲାଗିବ ଭଳି ସମସ୍ୟା ଦେଖା ଦେବ। ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।
କନ୍ୟା : ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବା ଯଥେଷ୍ଟ ସମ୍ଭାବନା ରହିଛି। ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି। କର୍ମକ୍ଷେତ୍ରରେ ଦୃଢ଼ମନା ହୋଇ କାର୍ଯ୍ୟ କରିବେ। ନୂଆ ଚାକିରି ଆଜି ଆପଣଙ୍କୁ ପ୍ରାପ୍ତ ହୋଇପାରେ।
ତୁଳା : ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ। ଆର୍ଥିକ ସ୍ଥିତିରେ ଅବନତି ଘଟିବ। ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ। ଛାତ୍ରଛାତ୍ରୀ ନୂତନ ପାଠର ଆରମ୍ଭ କରିବେ। ରାଜନୀତିରେ ସଫଳତା ପ୍ରାପ୍ତି ହେବ। ଭ୍ରମଣ ଯୋଗୁଁ ଦ୍ୱିଧା ଅନୁଭବ କରିବେ।
ବିଛା : ଇଚ୍ଛା କରିଥିବା ଦ୍ରବ୍ୟକୁ ଲାଭ କରିବେ। କର୍ମକ୍ଷେତ୍ରରେ ନିଜ ପ୍ରାଧାନ୍ୟ ବୃଦ୍ଧି ପାଇବ। ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲ ଫଳ ଦେବ। ନୂଆ ବ୍ୟବସାୟ ଆରମ୍ଭ କରିବା ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି। ବିଦ୍ୟାର୍ଥୀମାନେ ଦୃଢ଼ମନା ହେବେ।
ଧନୁ : ଆର୍ଥିକ ବ୍ୟୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରତାରଣାର ଶିକାର ହୋଇପାରନ୍ତି। ଶରୀରପୀଡ଼ା ପରି ସମସ୍ୟା ଆଜି ଆପଣଙ୍କୁ ଦେଖା ଦେବ। ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ।
ମକର : ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହେବ। ଗୃହରେ କିଛି ଶୁଭ କାର୍ଯ୍ୟର ଆରମ୍ଭ ହେବ। କାଲି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ରହିବ। ଆଜି ଛାତ୍ରମାନଙ୍କ ପାଇଁ ଏକ ଅନୁକୂଳ ଦିନ ହେବ। ଆର୍ଥିକ ବିକାଶ ମଧ୍ୟ ହେବ।
କୁମ୍ଭ : ଆଜି ଆପଣଙ୍କର ରାଶିରେ ଘାତ ଚନ୍ଦ୍ର ତେଣୁ ନିଜ କର୍ମର ଫଳ ନିଶ୍ଚିନ୍ତ ଆଜି ପ୍ରାପ୍ତ କରିବେ । ଯାନ ବହନରେ ସତର୍କତା ଅବଲମ୍ବନ କରନ୍ତୁ। ଭ୍ରମଣର ଯୋଗ ରହିଛି ଦମ୍ପତିଙ୍କ ପାଇଁ ଦିନଟି ବହୁତ୍ ଶୁଭ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି କରିବେ।
ମୀନ : ପରୋପକାର କରି ନିଜେ ଅସୁବିଧାରେ ପଡ଼ି ପାରନ୍ତି। ମନରେ ବିଷାଦ ଭାବ ସୃଷ୍ଟି ହେବ । ଆତ୍ମ ବିଶ୍ବାସ ବଜାୟ ରଖନ୍ତୁ। ମନରେ ସାଧାରଣ ଅଶାନ୍ତି ଭାବ ଦେଖା ଦେବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଗୃହରେ ଧାର୍ମିକ କାର୍ଯ୍ୟ ହୋଇପାରେ।
