ଆଜିର ରାଶିଫଳ (ବୁଧବାର)

ତା : ୧୨ /୪ / ୨୦୨୩

0

ମେଷ : ନିଜକୁ ସର୍ବଦା ବ୍ୟସ୍ତ ରଖିବେ। ବ୍ୟବସାୟ ଭଲ ହେବ। ସେବା ପୂଜାରେ ମନୋନିବେଶ କରିବେ। ଛାତ୍ରଛାତ୍ରୀ ପାଠରେ ମନଯୋଗ ଦେବେ। ବାକିଥିବା କାର୍ଯ୍ୟ ସଫଳ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବୃଷ : ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇ ପାରନ୍ତି। ଆଜି ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ। ଧନ ଲାଭର ଯୋଗ ମଧ୍ୟ ରହିଛି। ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଟି ଆଳସ୍ୟ ରେ କଟିବ।

ମିଥୁନ : ପରିବାରରେ କାହାର ବି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ। ନିବେଶ କରିଥିବା ଧନରୁ ଆପଣ ଆଜି ବହୁତ୍ ଲାଭ ପାଇ ପାରିବେ। ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ। ପ୍ରେମ ସମ୍ପର୍କ ସୁଦୃଢ ହେବ।

କର୍କଟ : ଧନଧାନ୍ୟରେ ବୃଦ୍ଧି ଘଟି ପାରେ। ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ। ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରପ୍ତିଭୋଇ ପାରେ ।

ସିଂହ : ଅଧିକ ପରିଶ୍ରମ ରେ ଦିନଟି କଟିବ। ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତି ହେବ। ଛାତ୍ରଛାତ୍ରୀ ସମୟ ନଷ୍ଟ କରିବେ। ବହୁ ସମୟରୁ ଲାଗି ରହିଥିବା କଳହର ଆଜି ପୂର୍ଣ୍ଣଚ୍ଛେଦ ପଡ଼ିବ।

କନ୍ୟା : ମହିଳାମାନଙ୍କୁ ଆଜି କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ଆଜି କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରି ପାରନ୍ତି। ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।

ତୁଳା : ପରିବାରରେ ପରସ୍ପର ମଧ୍ୟ ରେ କଳହ ଲାଗିପାରେ। ଦେଇଥିବା ଧନ ରାଶି ଆଜି ଆପଣ ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ୟବସାୟରେ ଆର୍ଥିକ ସ୍ଥିତି ଦୃଢ଼ ହେବ। ଛାତ୍ର ଛାତ୍ରୀମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତିଯୋଗ ରହିଛି।

ବିଛା : ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ। ଶାରୀରିକ ସମସ୍ୟା ଦେଖା ଦେବ। ତଳିପେଟରେ ଯନ୍ତ୍ରଣା ହେବ। ବହୁ ପରିଶ୍ରମରେ ଅଳ୍ପ ଲାଭ। ଚାଲୁଥିବ କାର୍ଯ୍ୟ ଅଧାରୁ ଅଟକି ଯାଇପାରେ। ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ।

ଧନୁ : ପରୋପକାର କରି ନିଜକୁ ଖୁସି ଅନୁଭବ କରିବେ। ଆଜି ଆପଣଙ୍କ ରାଶିକୁ ଶ୍ରୀ ଚନ୍ଦ୍ର। ଆପଣଙ୍କ ଦିନଟି ଆଜି ସଫଳତା ର ସହ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହେବେ। ଗୃହକୁ ବନ୍ଧୁଙ୍କ ଆଗମନ ହେବ।

ମକର : ଉଧାର ଦିଅନ୍ତୁ ନାହିଁ। ବନ୍ଧୁମାନଙ୍କ ସହ ମନମାଳିନ୍ୟ ଘଟିପାରେ। ପଥରୋଧ ହୋଇ ପାରେ। ନୂତନ ଜାଗାକୁ ବୁଲିବାକୁ ଯିବେ। ବିବାଦୀୟ ପରିସ୍ଥିତି ଉପୂଜି ପାରେ। ବୈବାହିକ ଜୀବନ ଜଞ୍ଜାଳମୟ ହେବ। ଛାତ୍ର ଛାତ୍ରୀମାନେ ଅବହେଳିତ ହେବେ।

କୁମ୍ଭ : ପତ୍ନୀଙ୍କ ଠାରୁ କିଛି ଉପହାର ମିଳି ପାରେ। ଅଧିକ ଆୟର ଯୋଗ ରହିଛି। ଛାତ୍ରଛାତ୍ରୀମାନେ ପାଇଁ ଦିନଟି ଭଲ ରହିଛି। ନିଜକୁ ଆଜି ଆଶଙ୍କା ଭିତରେ ରଖିବେ। ଖୁସି ହେବାକୁ ଚାହୁଁ ଥିଲେ ବି ହୋଇ ପାରିବେ ନାହିଁ।

ମୀନ : ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି। ପରିଶ୍ରମ ଅଧିକ ହେବ। ଛାତ୍ରଛାତ୍ରୀଙ୍କ ପରିଶ୍ରମର ଫଳ ପ୍ରାପ୍ତି ହେବ। ନୂତନ ବସ୍ତୁ କିମ୍ବା ଅଳଙ୍କାର କ୍ରୟ କରିବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ।

SBI AD
Leave A Reply

Your email address will not be published.