ଆଜିର ରାଶିଫଳ (ରବିବାର)

ତା : ୨୭/ ୧୨/ ୨୦୨୦

ମେଷ : ଆଜି ଯେକୌଣସି କ୍ଷେତ୍ରରେ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବେ । ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିପାରନ୍ତି । ସତ୍ୟନିଷ୍ଠ ହେବେ। ଆକସ୍ମିକ ସମସ୍ୟାରୁ ଉବୁରି ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଶୁଭପ୍ରଦ ହେବ। ଧନାଗମର ସୂଚନା ମିଳୁଛି।

ବୃଷ : ଚାହୁଁଥିବା ଜିନିଷ ପାଇବା ଓ ଆଶା କରୁଥିବା କାମରେ ସଫଳତା ହେତୁ ମାନସିକ ସ୍ଥିତି ଭଳ ରହିବ । ସୁଖ ସମ୍ମାନ ଲାଭ କରିପାରନ୍ତି। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ମହତ୍‌ ହେବ।

ମିଥୁନ : ଅଟକି ରହିଥିବା କାମଗୁଡିକ ସୁବିଧାରେ ହୋଇଯିବ । ତରବର ନ ହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ କାର୍ଯ୍ୟର ପୂର୍ଣ୍ଣାଙ୍ଗ ରୂପ ରେଖ ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିପାରନ୍ତି। ମଧୁରଭାଷାରେ ଜନ-ମନୋରଞ୍ଜନ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ।

କର୍କଟ : ଆଗାମୀ ସମୟର ପରିସ୍ଥିତି ଜଟିଳ ମନେ କରି ବିବ୍ରତ ବୋଧ କରିପାରନ୍ତି । ଶୁଭ ସମାଚାର ପାଇ ପ୍ରଫୁଲ୍ଲିତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ।

ସିଂହ : କଠିନ ପରିଶ୍ରମ କିମ୍ବା ବିଶେଷ ଭ୍ରମଣଜନିତ କ୍ଳାନ୍ତି ବୋଧ କରିବେ । ସୁସମ୍ବାଦ ପାଇପାରନ୍ତି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। କାର୍ଯ୍ୟରେ ସଫଳତା ମିଳିବ। ସମ୍ମାନିତ ହେବେ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ତଥା ନିର୍ବାଚନରେ ବିଜୟୀ ହେବେ।

କନ୍ୟା : ଜଣେ ସହକର୍ମୀଙ୍କ ଠାରୁ ଅର୍ଥ ସାହାର୍ଯ୍ୟ ପାଇବେ । ସେବା ମନୋଭାବ ଗ୍ରହଣ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତାର ଅଧିକାରୀ ହେବେ ଓ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନେଇ ବିଜୟୀ ହେବେ। ପ୍ରତିଯୋଗିତାରେ ସଫଳ ହେବେ।

ତୁଳା : ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ଦୋହଲି ଯାଇପାରେ। ପାରିବାରିକ ଚାଲି ଚଳନ ଓ ଶାନ୍ତି ଶୃଙ୍ଖଳା ଘଟଣାରେ କିଛିଟା ପରିବର୍ତ୍ତନ ଘଟିବ। ପୁତ୍ର ସୁଖ ମିଳିପାରେ। ପରାକ୍ରମୀ ହେବେ। ଜିତେନ୍ଦ୍ରିୟ ହେବେ।

ବିଛା : ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ସୁଖକର ଘଟଣାମାନ ଘଟିପାରେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଭୋଜନ ରୁଚିକର ହେବ। ଆନନ୍ଦ ଉପଭୋଗ କରିବେ।

ଧନୁ : ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା ହେତୁକ ସମସ୍ୟାକୁ ସୁଧାରିବାକୁ ଉଦ୍ୟମ ଚଳାଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରକଳ୍ପକୁ ଅଧିକ କ୍ରିୟାଶୀଳ କରିପାରନ୍ତି। ଶତ୍ରୁମାନଙ୍କ କାର୍ଯ୍ୟକଳାପକୁ ପ୍ରତିହତ କରି ଆଶ୍ବସ୍ତ ହେବେ। ଶୁଭଖବର ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣପରିଶୋଧ କରିପାରନ୍ତି।

ମକର : ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ସନ୍‌ମାର୍ଗୀ ହେବେ।

କୁମ୍ଭ : ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବାଣିଜ୍ୟ, ବ୍ୟବସାୟ, ପରିବହନରୁ ବହୁତ ଲାଭ ପାଇବେ । ବିଚାର ଧାରା ଉନ୍ନତମାନର ହେବ। କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କଠିନତର ହେଲେ ବି ମର୍ଯ୍ୟାଦାଜନକ ପୁରସ୍କାର ମିଳିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ବିଦ୍ୟା ସାଧନାରେ ବିଚକ୍ଷଣ ହେବେ। ସର୍ବ ଜନାନୁରକ୍ତ ହେବେ।

ମୀନ : କର୍ମଜୀବି ସୁରୁଖୁରୁରେ କାର୍ଯ୍ୟ କରିବେ । ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ବ ନେଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବଦର୍ଶନ ମିଳିପାରେ। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।