ନୂଆଦିଲ୍ଲୀ,୨୬/୬: ଏସିଆ ମହାଦେଶରେ ଦାଦାଗିରି କରୁଥିବା ଚୀନକୁ କଡ଼ା ଜବାବା ଦେବା ପାଇଁ ଆମେରିକା ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି କରୁଛି । ଆମେରିକା ୟରୋପରୁ ନିଜର ସେନା ହଟାଇ ଏସିଆ ମହାଦେଶରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଜର୍ମାନୀରୁ ଏହା ଆରମ୍ଭ ହେବାକୁ ଯାଉଛି । କୁହାଯାଉଛି ଯେ, ଆମେରିକା ଜର୍ମାନୀରେ ମୁତୟନ ଥିବା ୫୨ ହଜାର ଆମେରିକୀୟ ସୈନିକରୁ ୯ ହଜାର ୫୦୦ ସୈନିକଙ୍କୁ ଏସିଆ ମହାଦେଶରେ ମୁତୟନ କରିବ । ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ଲାଗି ରହିଥିବା ସମୟରେ ଆମେରିକା ଏହି ପଦକ୍ଷେପ ଏହି ପଦକ୍ଷେପ ନେଇଛି । ଭିଏତନାମା, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ ଓ ଦକ୍ଷିଣ ଚୀନ ଉପର ଚୀନ ନିଜର ଆଧିପତ୍ୟ ଜାରି ରଖିବାକୁ ଉଦ୍ୟମ କରୁଛି ।
ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ଚୀନକୁ ଭାରତ ଓ ଦକ୍ଷିଣପୂର୍ବ ଏସିଆ ପାଇଁ ବିପଦ ବୋଲି କହିଛନ୍ତି । ସେ ହକିଛନ୍ତି, ଭାରତ, ମାଲେସିଆ, ଇଣ୍ଡୋନେସିଆ ଓ ଫିଲିପାଇନ୍ସ ଭଳି ଏସିଆ ଦେଶକୁ ଚୀନ ଦ୍ୱାରା ବିପଦ ବୋଲି କହିଛନ୍ତି । ଏଥି ପାଇଁ ଆମେରିକା ଏସିଆ ମହାଦେଶରେ ନିଜର ସୈନିକଙ୍କୁ ମୁତୟନ କରିବ । ଏନେଇ ଆମେରିକା ଏବେ ସମୀକ୍ଷା କରୁଛି । ଆବଶକ୍ୟକ ପଡ଼ିଲେ ପିପୁଲ୍ସ ଲିବରେଶନ ଆର୍ମି (ଚୀନ ସେନା)କୁ ମୁକାବିଲା କରିବ ।