ଲୋକସଭା ନିର୍ବାଚନ ପୂର୍ବରୁ ୧୧ ରାଜ୍ୟ ଯାତ୍ରା କରିବେ ଅମିତ ଶାହ

0

ନୂଆଦିଲ୍ଲୀ,୨/୧ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଚଳିତ ମାସରେ ପାର୍ଟିର ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ପାଇଁ ୧୧ ରାଜ୍ୟର ଯାତ୍ରା କରିବେ । ଏହାର ଉଦ୍ଦେଶ୍ୟ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ଦ୍ଦିଷ୍ଟ ସଂସଦୀୟ କ୍ଷେତ୍ରରେ ଦଳ ପାଇଁ ସମ୍ଭାବନା ବଢାଇବା ।

ଅମିତ ଶାହ ଜାନୁଆରୀ ୫ରେ ତ୍ରିପୁରା ଏବଂ ଜାନୁଆରୀ ୬ରେ ମଣିପୁର ଏବଂ ନାଲାଲାଣ୍ଡରେ ରହିବେ । ଜାନୁଆରୀ ୭ରେ ଛତିଶଗଡ ଏବଂ ଝାଡଖଣ୍ଡର ଏବଂ ଜାନୁଆରୀ ୮ରେ ଆନ୍ଧ୍ର ପ୍ରଦେଶରେ ଯାତ୍ରା କରିବେ । ପାର୍ଟିର ସୂତ୍ର ଅନୁସାରେ ଜାନୁଆରୀ ୧୮ରେ ସେ ଉତ୍ତର ପ୍ରଦେଶ ଏବଂ ଜାନୁଆରୀ ୧୭ରେ ପଶ୍ଚିମବଙ୍ଗ ଏବଂ ଜାନୁଆରୀ ୨୮ରେ କର୍ଣ୍ଣାଟକ ଯାତ୍ରା କରିବେ । ସେହିପରି ଜାନୁଆରୀ ୨୯ରେ ହରିୟାଣା ଏବଂ ପଞ୍ଜାବ ଯାତ୍ରା କରିବେ ।

SBI AD
Leave A Reply

Your email address will not be published.