ତିଆରି ହେଲା ‘ନକଲି ସୂର୍ଯ୍ୟ’, ଅସଲି ଠାରୁ ୧୦୦ ଗୁଣା ଉତ୍ତପ୍ତ

0

ନୂଆଦିଲ୍ଳୀ,୧୫/୧୨: ଅନେକ ଦଶନ୍ଧି ଧରି ପ୍ରୟାସ ପରେ ଆମେରିକୀୟ ବୈଜ୍ଞାନିକମାନେ ‘ନକଲି ସୂର୍ଯ୍ୟ’ ତିଆରି କରିଥିବା ନେଇ ଘୋଷଣା କରିଛନ୍ତି । ଏହା ଅସଲି ସୂର୍ଯ୍ୟଠାରୁ ୧୦୦ ଗୁଣା ଅଧିକ ଉତ୍ତପ୍ତ । ଆମେରିକା ବୈଜ୍ଞାନିକମାନେ ଏହାକୁ ଏକ ବଡ଼ ଖୋଜ୍ ବୋଲି କହିଛନ୍ତି ।

ଆମେରିକା ଶକ୍ତି ବିଭାଗ କହିଛି , ଅନେକ ଦଶନ୍ଦି ପ୍ରୟାସ ମଧ୍ୟରେ ପ୍ରଥମ ଥର ନ୍ୟୁକ୍ଲିୟର ଫ୍ୟୁଜନ ଦ୍ବାରା ଅଧିକ ଉର୍ଜା ପ୍ରାପ୍ତ କରିବାରେ ସଫଳତା ହାସଲ ହୋଇଛି । ଅବଶ୍ୟ, ଏହି ଶକ୍ତି ଦ୍ବାରା ଭବିଷ୍ୟତରେ ଲୋକଙ୍କୁ ଫାଇଦା ମିଳିବ କି ନାହିଁ ଭବିଷ୍ୟତରେ ଜଣାପଡ଼ିବ । ଏହାଦ୍ବାରା ସ୍ବଚ୍ଛ, ପ୍ରଦୂଷଣ ମୁକ୍ତ ଉର୍ଜା ଯୋଗାଣ ହୋଇପାରିବ । ଯାହା ଶସ୍ତା ଏବଂ ନିରବଚ୍ଛିନ୍ନ ଭାବରେ ମିଳିବ ।

କାଲିଫର୍ଣ୍ଣିଆରେ ନାସନାଲ ଇଗ୍ନିସନ ଫେସିଲିଟିର ବିଶେଷଜ୍ଞ ପ୍ରଥମ ଥର ଏହି କ୍ଷମତାକୁ ପ୍ରଦର୍ଶିତ କରିଛନ୍ତି । ଏହାକୁ ‘ଫ୍ୟୁଜନ ଇଗ୍ନିସନ’ ଭାବରେ ଜଣାଯାଇଛି । ଏହି ପ୍ରୟୋଗକୁ କରିବା ପାଇଁ ଏକ ଗୋଲ୍ଡ କ୍ୟାନିଷ୍ଟରରେ ଡ୍ୟୁଟେରିୟମ ଏବଂ ଟ୍ରିଟିୟମର ଅତିରିକ୍ତ ନ୍ୟୁଟ୍ରନ୍ ସହ ହାଇଡ୍ରୋଜେନ୍‌ର ଦୁଇ ଅଣୁ ଦ୍ବାରା ତିଆରି ହୋଇଥିବା ଇନ୍ଧନର ୧ ମିଲିମିଟର ପେଲେଟ୍ ଉପରେ ୧୯୨ ଲେଜର ବିକିରଣ କରିଥିଲେ । ଏହି ଲେଜର ୨୦ ଗୁଣା ଏବଂ ୩୦ ଲକ୍ଷ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ହୋଇଥାଏ । ଅର୍ଥାତ୍ ସୂର୍ଯ୍ୟ ପୃଷ୍ଠରୁ ୧୦୦ ଗୁଣା ଅଧିକ ଗରମ। ଏହି ସ୍ଥିତି ଅଧିକ ସମୟ ଧରି ବଜାୟ ରହିଲେ ଇନ୍ଧନରେ ଫ୍ୟୁଜନ ହୋଇ ଶକ୍ତି ଉତ୍ପନ୍ନ ହେବ ।

ତେବେ ନ୍ୟୁକ୍ଲିୟର ଫ୍ୟୁଜନ୍‌ରେ ସଂପୂର୍ଣ୍ଣ ଭାବରେ ସଫଳ ହେବା ଉପରେ ଆହୁରି ଅଧିକ ଗବେଷଣା ଏବଂ ପରୀକ୍ଷଣର ଆବଶ୍ୟକତା ରହିଛି। ସଫଳତା ନେଇ ବୈଜ୍ଞାନିକମାନେ ପ୍ରୟାସ ଜାରିରଖିଛନ୍ତି।

SBI AD
Leave A Reply

Your email address will not be published.