ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ

0

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କିଡନୀ ସମ୍ବନ୍ଧୀୟ ରୋଗର ଚିକିତ୍ସା ପାଇଁ ହଠାତ ଆମେରିକା ଗସ୍ତ କରିଥିବା ଜଣା ପଡିଛି । ସେ ରବିବାର ରାତିରେ ହିଁ ଆମେରିକା ଯାଇଥିବା ସୁଚନା ମିଳିଛି ।
ସୁଚନା ଯୋଗ୍ୟ ଯେ, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ । ଗତବର୍ଷ ମେ ମାସ ୧୪ ତାରିଖରେ ଜେଟଲୀଙ୍କ କିଡନୀ ପ୍ରତିରୋପଣ କରାଯାଇଥିଲା । ଅସୁସ୍ଥ ଥିବାରୁ ଗତ ୯ ମାସ ହେବ ସେ କୌଣସି ବିଦେଶ ଯାତ୍ରା କରି ନଥିଲେ । ଜେଟଲୀଙ୍କ ଅନୁପସ୍ଥିତିରେ ଅର୍ଥମନ୍ତ୍ରାଳୟର ଅତିରିକ୍ତ ଦାୟୀତ୍ୱ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଦିଆଯାଇଥିଲା । ଅରୁଣ ଜେଟଲୀ ନିଜ ଚିକିତ୍ସା ସାରି ଅଗଷ୍ଟ ୨୩ ତାରିଖରେ ପୁଣି ନିଜୁ କାର୍ଯ୍ୟାଳୟକୁ ଫେରିଥିଲେ ।

Leave A Reply

Your email address will not be published.