୫ ରାଜ୍ୟର ବିଧାନସଭା ନିର୍ବାଚନରେ ଜବତ ହେଲାଣି ୧୦୦୦ କୋଟିରୁ ଅଧିକ ଟଙ୍କା : ନିର୍ବାଚନ କମିସନର ‌

ନୂଆଦିଲ୍ଲୀ ୧୬/୦୪ : ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟରୁ ୪ଟି ରାଜ୍ୟରେ ମତଦାନ ଶେଷ ହୋଇଛି । ଏହାରି ମଧ୍ୟରେ ଭାରତୀୟ ନିର୍ବାଚନ ଆୟୋଗ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । କର୍ଣ୍ଣାକଟ, କେରଳ, ପଶ୍ଚିମବଙ୍ଗ, ପୁଡୁଚେରୀ ଏବଂ ତାମିଲନାଡୁରେ ବର୍ତ୍ତମାନ ସୁଦ୍ଧା ୧ ହଜାର ୧ କୋଟି ୪୪ ଲକ୍ଷ ଟଙ୍କା ଜବତ ହୋଇସାରିଲାଣି । ନିର୍ବାଚନ କମିସନର କହିଛନ୍ତି, ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେକି କୌଣସି ବିଧାନସଭା ନିର୍ବାଚନ ବେଳେ ଏକ ହଜାର କୋଟି ଟଙ୍କାରୁ ଅଧିକ ଜବତ ହୋଇଛି ।

ଆସାମରୁ ମୋଟ ୧୨୨ କୋଟି ୩୫ ଲକ୍ଷ ଟଙ୍କାର କ୍ୟାସ୍‌ ଏବଂ ଜିନିଷପତ୍ର ଜବତ ହୋଇଛି । ପୂର୍ବ ନିର୍ବାଚନରେ ମୋଟ ୧୬ କୋଟି ୫୮ ଲକ୍ଷ ଟଙ୍କା ଜବତ ହୋଇଥିଲା । ପଶ୍ଚିମବଙ୍ଗରେ ମୋଟ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ କରାଯାଇଛି । ପୂର୍ବ ନିର୍ବାଚନରେ ୪୪ କୋଟି ୩୩ ଲକ୍ଷ ଟଙ୍କା ଜବତ କରାଯାଇଛି ।

ସେହିଭଳି ତାମିଲନାଡୁରେ ୪୪୬ କୋଟି ୨୮ ଲକ୍ଷ ଟଙ୍କା ଜବତ କରାଯାଇଛି । ଯେଉଁଥିରେ ୨୩୬ କୋଟି ୬୯ ଲକ୍ଷ ଟଙ୍କାର ନଗଦ କ୍ୟାସ୍‌, ୫ କୋଟି ୨୭ ଲକ୍ଷ ଟଙ୍କାର ମଦ, ୨ କୋଟି ୨୨ ଲକ୍ଷ୍ୟ ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ଗତ ବିଧାନସଭା ନିର୍ବାଚନରେ ତାମିଲନାଡୁରେ ୧୩୦ କୋଟି ୯୯ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ପୁଡୁଚେରୀରୁ ମୋଟ ୩୬ କୋଟି ୯୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଗତ ନିର୍ବାଚନରେ ୭ କୋଟି ୭୪ ଲକ୍ଷ ଟଙ୍କା ଜବତ ହୋଇଥିଲା । ସେହିଭଳି କେରଳରେ ମୋଟ ୮୪ କୋଟି ୯୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଗତ ବିଧାନସଭା ନିର୍ବାଚନରେ ୨୬ କୋଟି ୧୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା ।

Comments are closed.