ନୋଟ୍‌ରୁ ହଟିବ ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ଫଟୋ : ଅଷ୍ଟ୍ରେଲୀୟ ରିଜର୍ଭ ବ୍ୟାଙ୍କ

0

ନୂଆଦିଲ୍ଲୀ ୦୨/୦୨: ଅଷ୍ଟ୍ରେଲୀୟ ବ୍ୟାଙ୍କ୍ ନୋଟ୍ ରେ ଥିବା ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ପ୍ରତିକୃତି ହଟାଇ ଦିଆଯିବ । ଏଭଳି କହିଛି ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ୍ । ୫ ଡଲାର ଅଷ୍ଟ୍ରେଲୀୟ ବ୍ୟାଙ୍କ ନୋଟ୍ ରେ ଥିବା ରାଣୀ ଦ୍ୱିତୀୟ ଏଲିଜାବେଥ୍ ଙ୍କ ପ୍ରତିକୃତି ହଟାଇ ଦିଆଯିବ। ଏହି ପରିବର୍ତ୍ତନକୁ ଅଷ୍ଟ୍ରେଲିଆ କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରୁଛନ୍ତି ।

ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ୍ କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ କହିଛି । ନୋଟର ଅପରପାର୍ଶ୍ୱରେ ପୂର୍ବପରି ଅଷ୍ଟ୍ରେଲୀୟ ସଂସଦର ଫଟୋ ଛାପା ହେବ ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କ୍ କହିଛି । ମାଆଙ୍କ ମୃତ୍ୟୁ ପରେ ବ୍ରିଟିସ୍ ରାଜା ହୋଇଥିବା ରାଜା ତୃତୀୟ ଚାର୍ଲସ୍ ହେଉଛନ୍ତି ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍ ଏବଂ ଅନ୍ୟ ୧୨ଟି କମନୱେଲଥ୍ ରାଷ୍ଟ୍ରର ସାମ୍ବିଧାନିକ ମୁଖ୍ୟ । ୨୦୨୨ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ କହିଥିଲା ଯେ, ୫ ଡଲାର ଅଷ୍ଟ୍ରେଲୀୟ ନୋଟ୍ ରେ ରାଣୀ ଏଲିଜାବେଥ୍‌ଙ୍କ ପ୍ରତିକୃତି ସ୍ଥାନରେ ଆପଣାଛାଏଁ ରାଜା ଚାର୍ଲସ୍ ଙ୍କ ପ୍ରତିକୃତି ସ୍ଥାନ ପାଇ ପାରିବ ନାହିଁ ।

 

 

SBI AD
Leave A Reply

Your email address will not be published.