ବେଦାନ୍ତ ଫେକର୍‌ କମ୍ପାନୀରେ ନିଆଁରେ ପୋଡ଼ି ୨ ଶ୍ରମିକ ଗୁରୁତର

0

ଭଦ୍ରକ, ୧୧/୪: ଭଦ୍ରକ ଜିଲ୍ଲା ରାନ୍ଦିଆରେ ଥିବା ବେଦାନ୍ତ ଫେକର କମ୍ପାନୀ ପରିସରରେ ଏପରି ଅଘଟଣ ଘଟିଛି। କାମ କଲା ବେଳେ ନିଆଁରେ ପୋଡ଼ି ହୋଇ ୨ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଶ୍ରମିକଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁଇ ଶ୍ରମିକଙ୍କ ପରିଚୟ ବିଜୟ ମହାପାତ୍ର, ରତିକାନ୍ତ ସୁତାର। ବିଜୟ ବରପଦାର ବାସିନ୍ଦା ହୋଇଥିବା ବେଳେ ରକତିକାନ୍ତ ରାନ୍ଦିଆ କୋରଣ୍ଟ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନେ ବେଦାନ୍ତ ଫର୍ଣ୍ଣେସ୍‌ରେ ଚାର୍ଜିଂ କାର ଅପେରେଟର ଭାବେ କାର୍ଯ୍ୟରତ ଥିଲେ। ସ୍ଥାନୀୟ କମ୍ପାନୀ କର୍ମଚାରୀଙ୍କ ସହାୟତରେ ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନା ଏବଂ ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନନ୍ତର କରାଯାଇଛି।

SBI AD
Leave A Reply

Your email address will not be published.