ବାଲେଶ୍ୱର ନାବାଳିକା ଦୁଷ୍କର୍ମ ଘଟଣା,ଜଣେ ଗିରଫ

ପୁଣି ନାବାଳିକା ଦୁଷ୍କର୍ମ ଘଟଣା ,ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଚିତ୍ତଳ ଗ୍ରାମରେ ଜଣେ ନାବାଳିକାଙ୍କୁ ସେହି ଗ୍ରାମର ପ୍ରତାପ ଜେନା ବଳାତ୍କାର କରିଥିବା ନେଇ ବୁଧବାର ଅନନ୍ତପୁର ଫାଣ୍ଡିରେ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ତାଙ୍କ ମାମୁ ଘରକୁ ଆସିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଘରୁ ବାହାରକୁ ଆସିଥିବା ବେଳେ ପ୍ରତାପ ତାଙ୍କୁ ବଳାତ୍କାର କରିଥିଲେ। ଯୁବକଙ୍କୁ ଗିରଫ ପରେ ସୋର ଥାନାକୁ ଅଣାଯାଇ ତଦନ୍ତ ଚଳାଇଛି ପୋଲିସ।