କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରନ୍ତୁ, ମେ’ ୩୦ ତାରିଖ ସନ୍ଧ୍ୟା ୫:୩୦ ରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାଇବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮/୫: କରୋନା ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି। କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ମେ ୩୦ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି।
କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ କିଛି ସମୟ ବାହାର କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ଯୋଦ୍ଧାଙ୍କୁ ଅଧିକ ଉତ୍ସାହିତ କରିବ କରିବା ପାଇଁ ମେ ୩୦ ତାରିଖ ଅର୍ଥାତ୍ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ବିଶ୍ୱର କୋଣ ଅନୁକୋଣରେ ଯେଉଁଠି ଓଡ଼ିଆମାନେ ଅଛନ୍ତି, ସେହି ସ୍ଥାନରେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖି ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅନୁରୋଧ କରିଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ,କରୋନା ଓଡ଼ିଶାକୁ ଆସିବାର ୨ ମାସରୁ ଅଧିକ ହୋଇଗଲାଣି। ତେବେ କରୋନା ମୁକାବିଲା ନେଇ ଓଡ଼ିଶାର ପଦକ୍ଷେପ ସବୁଆଡେ ପ୍ରଶଂସନୀୟ।