ଭକ୍ତକବି ମଧୁସୂଦନ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଘାଟନ

0

ଭୁବନେଶ୍ୱର,୪/୧ : ଭକ୍ତକବି ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣା ଭୁବନେଶ୍ୱରର ୮୦ତମ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଦିନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଣଶକ୍ତିକରଣ ବିଭାଗର ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ଶିକ୍ଷାମଣ୍ଡଳ ଅଧିକାରୀ ଡ. ପ୍ରଜ୍ଞା ପରମିତା ଜେନା ଓ ୬୦ ନମ୍ବର ୱାର୍ଡର କର୍ପୋରେଟର ଚନ୍ଦ୍ରଶେଖର ମଲିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ପ୍ରଭାତ କୁମାର ରଥ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ।

ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର ନିମନ୍ତେ ସରକାରଙ୍କ ପକ୍ଷରୁ ଏଠାରେ ଏକ ଅଭିନବ ପ୍ରୟାସ କରାଯାଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଗ ବାଞ୍ଛାନିଧି ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ବାରିକ, ଲଲାଟ କୁମାର ଶତପଥୀ, ବିଏମ୍‌ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଆରତୀ ମିଶ୍ର, ସ୍ନିଗ୍ଧାରାଣୀ ପଟ୍ଟନାୟକ, ମିତ୍ର ରଞ୍ଜନ ଦାସ, ସ୍ମରୀତା ଦାଶ, ଜାନକୀ ବଲ୍ଲଭ ମିଶ୍ର, ରଶ୍ମିତା ମହାନ୍ତି, ସନ୍ନିହିତା ସାହୁ, ଧରିତ୍ରୀ ଦାଶ, ଇତିଶ୍ରୀ ଆରାଧନା, ଦମୟନ୍ତୀ ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଏନ୍‌ସିସି କ୍ୟାଡେଟ ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ ପୂର୍ବକ କାର୍ଯ୍ୟଟିର ସାଫଲ୍ୟ ମଣ୍ଡିତ କରିଥିଲେ । ୩ଦିନ ଧରି ଏହି ଉତ୍ସବ ଚାଲିବ ।

SBI AD
Leave A Reply

Your email address will not be published.