ବ୍ରହ୍ମପୁର : ଦୁଇଟି ପୃଥକ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବ୍ରହ୍ମପୁର ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଷ୍ଟିସ୍ ଗଣେଶ୍ୱର ପତି ଗୋଟିଏ ମମାଲରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟ ଏକ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।
ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମମାଲରେ ଅଭିଯୁକ୍ତ ଗୋଳନ୍ଥରା ଥାନା ମାମୁଁ ଭଣଜା ସାହିର ବୁଡୁ ମାଲଣକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଏହା ସହ ଦୁଇ ପୀଡ଼ିତାଙ୍କୁ ୪ଲକ୍ଷ ଲେଖାଏ ସହାୟତା ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଉ ଗୋଟିଏ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପାଟପୁର ଗୁଣ୍ଡୁରୀଗୁଡାର ସିମିଆ ମଣ୍ଡଳକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହ ପୀଡିତାଙ୍କୁ ୫ଲକ୍ଷ ଟଙ୍କା ସହାୟତା ଦେବାକୁ ଡିଏଲଏସଏକୁ ନିର୍ଦ୍ଦେଶ ଦେଇଛନ୍ତି।
