ସଚିନ୍ ତେନ୍ଦୁଲକର ମାର୍ଗରେ ଗୋବର କରିଦେଲା ମଇଁଷି, ମାଲିକ ଭରିଲେ ୧୦ ହଜାର ଟଙ୍କାର ଜୋରିମାନା

ଗ୍ୱାଲିଅର: ଗ୍ୱାଲିଅର ସହରରେ ପୌରପାଳିକା କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ଅଜବ ଦଣ୍ଡବିଧାନ ଚର୍ଚ୍ଚାର ବିଷୟ ପାଲଟିଛି। ମାମଲାଟି ହେଉଛି ଯେ ରାସ୍ତାରେ ଏକ ମଇଁଷି ଗୋବର କରିଦେଇଥିଲାବେଳେ ମ୍ୟୁନିସିପାଲଟି କର୍ପୋରେସନ୍ ମଇଁଷିର ମାଲିକଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲଦି ଦେଇଛି । କେବଳ ଏତିକି ନୁହେଁ, ମଇଁଷି ମାଲିକ ବେତଲ ସିଂ ମ୍ୟୁନିସିପାଲିଟି କର୍ପୋରେସନରେ ୧୦ ହଜାର ଟଙ୍କା ଜରିମାନା ଜମା କରି ରସିଦ କାଟିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ବେତଲ ସିଂ ଏତେ ଭୟଭୀତ ହୋଇଯାଇଛନ୍ତି ଯେ ଗଣମାଧ୍ୟମ ଆଗକୁ ଆସିବାକୁ ଭୟ କରୁଛନ୍ତି । ଯେତେବେଳେ ମିଡିଆ ଦଳ ତାଙ୍କ ପାଖରେ ପହଞ୍ଚିଲା ସେତେବେଳେ ସେ କଥାବାର୍ତ୍ତା କରିବାକୁ ମନା କରିଦେଇଥିଲେ।

ମ୍ୟୁନିସିପାଲିଟି କର୍ପୋରେସନ୍ ଏରିଆ ଅଧିକାରୀ ମନୀଷ କାନୋଜିଆ କହିଛନ୍ତି ଯେ ସହରର ସଚିନ୍ ତେନ୍ଦୁଲକର ମାର୍ଗରେ ଏକ ନୂତନ ରାସ୍ତା ନିର୍ମାଣ ଚାଲିଥିଲାବେଳେ ବେତଲ ସିଂଙ୍କ ମଇଁଷି ହଟାତ ରାସ୍ତାରେ ଆସି ଗୋବର କରିଦେଇଥିଲେ । ଏହି ସମୟରେ କଲେକ୍ଟର ଏବଂ କମିଶନର ଆସିଲେ, ସେମାନେ ଏହି ମଇଁଷିମାନଙ୍କୁ ଗୋଶାଳାରେ ଛାଡିବାକୁ କିମ୍ବା ମାଲିକ ଉପରେ ଜରିମାନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ଅନୁସାରେ ଆମେ ମଇଁଷି ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନା କରିଥିଲୁ।

Comments are closed.