ଭୁବନେଶ୍ୱର, ୨୭/୧୨ : ସୁନ୍ଦରଗଡ ଜିଲ୍ଲା ଲାଠିକଟାରୁ ରାଉରକେଲା ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବସିଥିବା ଯାତ୍ରୀମାନକ ମଧ୍ୟରୁ ୧୭ ଜଣ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ କରାଯାଇଛି।
ସୂଚନା ଅନୁଯାୟୀ, ଆଜି ଭୋର ସକାଳୁ ରାଉରକେଲା ଆସୁଥିବା ମା’ ତାରିଣୀ ନାମକ ଯାତ୍ରୀବାହୀ ବସ୍ ୧୪୩ ନମ୍ବର ଜାତୀୟ ରାଜପଥ ବାଲୁଘାଟ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟିହୋଇଯାଇଥିଲା । ଫଳରେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ 7 ଜଣ ଗୁରୁତର ହୋଇଥିବା ବେଳେ 10 ରୁ ଅଧିକ ଜଣ ସାମାନ୍ୟ ଆହତ ହୋଇଛନ୍ତି । ତାହା ମଧ୍ୟରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଆହତ ମାନଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।