ଭୁବନେଶ୍ୱର, ୧୭/୧୧ : ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ହଜାରୀଡାଙ୍ଗ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ହିଁ ଡ୍ରାଇଭର ଓ ହେଲପଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୪ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଯାତ୍ରୀବାହୀ ବସ ‘ଫର୍ଚୁନ’ (ଓଡ଼ି-୦୪ଏ-୭୪୫୧) ସୋମବାର ଲକ୍ଷ୍ମୀପୁର ଠାରୁ କଟକ ଅଭିମୁଖେ ବାହାରିଥିଲା । ରାତି ପ୍ରାୟ ସାଢ଼େ ୧୦ଟା ବେଳକୁ ହଜାରୀଡାଙ୍ଗ ନିକଟରେ ଏହା ନିୟନ୍ତ୍ରଣ ହରାଇ ରାସ୍ତାରୁ ୧୦ ଫୁଟ ତଳକୁ ଖସିପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।
ତେବେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଅଶ୍ନିଶମ ବାହିନୀର କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ । ସ୍ଥାନୀୟ ଲୋକଙ୍କର ସହାୟତାରେ ଗୁରୁତରମାନଙ୍କ ଉଦ୍ଧାର କରାଯାଇ ବିଷମକଟକରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମୃତଦେହଗୁଡ଼ିକ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ବସକୁ ଏକ ଜେସିବି ସାହାଯ୍ୟରେ ଉଦ୍ଧାର କରାଯାଇଛି । କିନ୍ତୁ ବସଟି ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ବ୍ୟାପକ କ୍ଷତି ହୋଇଛି ।